www.samajalive.in
Sunday, December 7, 2025
26.1 C
Bhubaneswar

ପିତୃପକ୍ଷ ; ପୂର୍ବପୁରୁଷ ଅଶାନ୍ତି ଥିଲେ, ମିଳିଥାଏ ଏହି ସଙ୍କେତ

ହିନ୍ଦୁ ଧର୍ମରେ ପିତୃପକ୍ଷର ଖୁବ ମହତ୍ତ୍ୱ ରହିଛି। ୧୦ ସେପ୍ଟେମ୍ବର ୨୦୨୨ ଠାରୁ ପିତୃପକ୍ଷ ଆରମ୍ଭ ହେବ। ଲଗାତାର ୧୫ ଦିନ ଧରି ଥିବା ପିତୃପକ୍ଷରେ ନିୟମିତ ପୂର୍ବପୁରୁଷଙ୍କୁ ପିଣ୍ଡଦାନ, ତର୍ପଣ, ଧର୍ମ-କର୍ମ ଓ ଦାନ ଆଦି କରାଯାଇଥାଏ। ଫଳରେ ପୂର୍ବପୁରୁଷ ଶାନ୍ତି ରହିବା ସହ ଶୁଭଫଳ ମିଳିଥାଏ। ମାତ୍ର ଜାଣନ୍ତୁ କେଉଁ ସଙ୍କେତ ପୂର୍ବପୁରୁଷ ଅଶାନ୍ତି ହେବାର ସଙ୍କେତ ଦେଇଥାଏ..
ଜୀବନରେ ସମସ୍ୟା ଲାଗି ରହିବା ସହ ସନ୍ତାନ ପ୍ରାପ୍ତିରେ ସମସ୍ୟା ହୋଇଥାଏ। ଘରେ ଅଶାନ୍ତି ଲାଗି ରହିଥାଏ।
ପିତୃଦୋଷ କାରଣରୁ ଜୀବନରେ ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗି ରହିଥାଏ। ଘରେ ଅଯଥାରେ କଳହ ହୋଇଥାଏ। ଘରେ ସୁଖସମୃଦ୍ଧି ହ୍ରାସ ହୋଇଥାଏ।
ପିତୃଦୋଷ କାରଣରୁ ଘରେ ଯୁବକ ଯୁବତୀଙ୍କ ବିବାହରେ ବିଳମ୍ବ ହୋଇଥାଏ। ବାଧା ଦେଖାଦେଇଥାଏ। ଏହାସହ ବୈବାହିକ ଜୀବନରେ ମଧ୍ୟ ସମସ୍ୟା ଓ ଅଶାନ୍ତି ଲାଗି ରହିଥାଏ। ପିତୃପକ୍ଷରେ ବିଧିପୂର୍ବକ ନିୟମ ପାଳନ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
କର୍ମ ଓ ବ୍ୟବସାୟ କ୍ଷେତ୍ରରେ ବାରମ୍ବାର ବାଧା ଦେଖାଗଲେ, ଅସଫଳତା ମିଳୁଥିଲେ ପିତୃପକ୍ଷ ଅଶାନ୍ତି ଥିବାର ଏହା ସଙ୍କେତ ଦେଇଥାଏ ବୋଲି କୁହାଯାଏ। ତେଣୁ ପୂର୍ବପୁରୁଷଙ୍କୁ ଶାନ୍ତି କରିବା ପାଇଁ ପିଣ୍ଡଦାନ, ଦାନ, ତର୍ପଣ ଆଦି କାର୍ଯ୍ୟ କରନ୍ତୁ।
ଆର୍ଥିକ ସମସ୍ୟା ଲାଗି ରହିଥାଏ। ମାନସିକ ଅଶାନ୍ତି ବୃଦ୍ଧି ପାଏ।
ବିଭିନ୍ନ ପ୍ରକାର ଦାନ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories