ଭଏସ୍ ଅଫ୍ ଜାଗୃତି ପ୍ରତିଯୋଗିତା
ପିପିଲି : ପିପିଲିର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଜାଗୃତି ସାସ୍କୃତିକ ଯୁବ ସଂଗଠନ ପକ୍ଷରୁ ସ୍ଥାନୀୟ ଶୁଭମ୍ ମଣ୍ଡପ ଠାରେ “ଭଏସ୍ ଅଫ୍ ଜାଗୃତି-୨୦୨୨’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୬୦ଜଣ କଳାକାର ଯୋଗଦେଇ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ । ସଂଗଠନ ସଭାପତି ସମାଜସେବୀ ପ୍ରଭାତ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ପିପିଲି ମହାବିଦ୍ୟାଳୟର ସଂଗୀତ ଅଧ୍ୟାପକ ଡ଼ଃ ସଚ୍ଚିକାନ୍ତ ନାୟକ, ସଂଗୀତ ଗୁରୁ ସର୍ବେଶ୍ୱର ବୈଠାରୁ ଯୋଗ ଦେଇଥିଲେ। ଏଥିରେ କୃତୀତ୍ୱ ଅର୍ଜ୍ଜନ କରିଥିବା କଳାକାରଙ୍କୁ ଆଗାମୀ ଅପ୍ରେଲ ୨ରୁ ହେବାକୁ ଥିବା ଦୁଇଦିନିଆ ଜାଗୃତି ମହୋତ୍ସବ-୨୦୨୨ରେ ସେମାନଙ୍କ କଳା ପ୍ରଦର୍ଶନ ପାଇଁ ସୁଯୋଗ ଦିଆଯିବ ବୋଲି ଅନୁଷ୍ଠାନର ସଭାପତି ଶ୍ରୀମହାପାତ୍ର ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଯୁବ ସଂଯୋଜକ ବାପୁ ବେହେରା, ସଦସ୍ୟ ସମ୍ପଦ ମହାପାତ୍ର, ବର୍ଷାରାଣୀ ସାହୁ, ସଂଗୀତା ନାୟକ ପ୍ରମୁଖ ପରିଚାଳନା କରିଥିଲେ।
Comments are closed.