www.samajalive.in
Monday, December 8, 2025
14.1 C
Bhubaneswar

ମାଆଙ୍କ ଲିଭର ପ୍ରତିରୋପଣ ପାଇଁ ପୁଅର ନିବେଦନ

ପିପିଲି :ପିପିଲି ଅଞ୍ଚଳର ଜଣେ ସଫଳ ମହିଳା ବ୍ୟବସାୟୀ ଭାବେ ପରିଚିତ ପ୍ରତିମା ପଟ୍ଟନାୟକ(୪୫) ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ଲିଭର ଖରାପ ହୋଇଯାଇଥିବା ବେଳେ ଏବେ ଲିଭର ପ୍ରତିରୋପଣ ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ଅଛି। ତେବେ, ମାଆଙ୍କ ଜୀବନ ରକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ପାଇଁ ତାଙ୍କ ଏକାମାତ୍ର ପୁଅ ଅନମୋଲ ସମସ୍ତଙ୍କୁ ନିବେଦନ କରିଛନ୍ତି। ପିପିଲି ଡାକ୍ତରଖାନା ପରିସରରେ ଲିଙ୍ଗରାଜ ମେଡିସିନ ଷ୍ଟୋର ନାମକ ଔଷଧ ଦୋକାନ କରିଛନ୍ତି ପ୍ରତିମା। ସେ ଜଣେ ସାହାସୀ ଓ ପରୋପକାରୀ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍‍ ପରିଚିତ। ଡାକ୍ତରଖାନାକୁ ଚିକିତ୍ସା ହେବାକୁ ଆସୁଥିବା ଗରୀବ ଲୋକଙ୍କୁ ସେ ମାଗଣାରେ ଔଷଧ ପ୍ରଦାନ କରି ସାଧାରଣରେ ବେଶ୍‍ ପ୍ରଶଂସିତ ହୋଇଛନ୍ତି। ତେବେ, ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ପ୍ରତିମା ଅସୁସ୍ଥ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଲିଭର ଖରାପ ହୋଇଯାଇଥିବା ଜଣାପଡିଥିଲା। ଅଧିକ ଚିକିତ୍ସା ସହ ତୁରନ୍ତ ଦିଲ୍ଲୀରେ ଲିଭର ପ୍ରତିରୋପଣ କରିବାକୁ ପଡିବ ବୋଲି ଚିକିତ୍ସା କରୁଥିବା ଡାକ୍ତରଙ୍କ ଠାରୁ ଶୁଣିବା ପରେ ପ୍ରତିମାଙ୍କ ପରିବାରଲୋକେ ଦୁଃଖରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି। ସ୍ଥାନୀୟ ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ଯୁବ ସମାଜସେବୀ ବିରଜା ପଟ୍ଟନାୟକ (ବିନୟ)ଙ୍କ ଧର୍ମପତ୍ନୀ ହେଉଛନ୍ତି ପ୍ରତିମା। ଲିଭର ପ୍ରତିରୋପଣ ପାଇଁ ୩୦ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୨୫ଲକ୍ଷ ଟଙ୍କା ଆବଶ୍ୟକ।

 

- Advertisement -

ଏକ ମଧ୍ୟବିତ୍ତ ପରିବାର ପକ୍ଷେ ହଠାତ୍‍ ୫୫ଲକ୍ଷ ଟଙ୍କା ଯୋଗାଡ କରିବା ସମ୍ଭବ ହେଉନଥିବା ବେଳେ ମୃତ୍ୟୁସହ ସଂଗ୍ରାମ କରୁଥିବା ପ୍ରତିମାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ଏକମାତ୍ର ପୁଅ ଅନମୋଲ ଏବେ ସମସ୍ତଙ୍କୁ ନିବେଦନ କରିଛନ୍ତି। ମାଆଙ୍କ ଲିଭର ପ୍ରତିରୋପଣ ପାଇଁ ବଦାନ୍ୟ ବ୍ୟକ୍ତିମାନେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନମୋଲ ଏବେ ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍‍ ଅଫ ଲିଭର ଆଣ୍ଡ ବିଲିଆରି ସାଇନ୍ସ (ଆଇଏଲବିଏସ୍) ରେ ପ୍ରତିମାଙ୍କ ଲିଭର ପ୍ରତିରୋପଣ କରାଯିବାକୁ ଥିବାବେଳେ ମଙ୍ଗଳବାର ସେ ଦିଲ୍ଲୀରେ ପହଞ୍ôଚଥିବା ସଂପର୍କରେ ତାଙ୍କ ସ୍ୱାମୀ ବିନୟ ସୂଚନା ଦେଇଛନ୍ତି। ଯେତେ ଶିଘ୍ର ଟଙ୍କା ଯୋଗାଡ ହେବ, ସେତେ ଶିଘ୍ର ତାଙ୍କର ଲିଭର ପ୍ରତିରୋପଣ କରାଯିବ ବୋଲି ବିନୟ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories