www.samajalive.in
Tuesday, December 9, 2025
16.1 C
Bhubaneswar

ବିବାହ ଉତ୍ସବରେ ଅସାମାଜିକ ଯୁବକଙ୍କ ଆକ୍ରମଣ, ଦୁଇ ଗୁରୁତର

ପିପିଲି :ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ଅଞ୍ଚଳରେ ଏକ ବିବାହ ଉତ୍ସବରେ କେତେକ ଅସାମାଜିକ ଯୁବକଙ୍କ ଆକ୍ରମଣରେ ଶୁକ୍ରବାର ସନ୍ଧ୍ୟାରେ ବରପକ୍ଷର ଦୁଇଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ପିପିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ପରେ ଉଭୟଙ୍କୁ କ୍ୟାପିଟାଲ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଛି। ପିପିଲି ପୁଲିସ ଏହି ଘଟଣାରେ ଜଣେ ଯୁବକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାଇ, ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ଜଣେ କନ୍ୟାର ବିବାହ ଡେଲାଙ୍ଗ ଥାନା ଅନ୍ତର୍ଗତ କୁମୁଣ୍ଡାଳ ଅଞ୍ଚଳର ଜଣେ ଯୁବକ ସହ ଆଜି ଅନୁଷ୍ଠିତ ହୋଇଥିଲା । ବରପକ୍ଷ ଦିନରେ ଶୋଭାଯାତ୍ରାରେ ଆସିଥିବା ବେଳେ ସଂନ୍ଧ୍ୟାରେ ସୁରୁଖୁରୁରେ ବିବାହ ସଂପନ୍ନ ହୋଇଥିଲା। ତେବେ ସନ୍ଧ୍ୟା ସାଢେ ୭ଟାରେ କନ୍ୟା ବିଦାୟ ନେଉଥିବା ସମୟରେ ଉକ୍ତ ଅଞ୍ଚଳର କେତେକ ଅସାମାଜିକ ଯୁବକ ନିଶାସକ୍ତ ଅବସ୍ଥାରେ ସେଠାରେ ଗଣ୍ଡଗୋଳ ସୃଷ୍ଟି କରିବା ସହ ମାର୍‍ପିଟ୍‍ କରିଥିଲେ। ସେମାନଙ୍କ ଆକ୍ରମଣରେ ବରଙ୍କ ପୁତୁରା ଦ୍ୱିତୀକୃଷ୍ଣ ବେହେରା (୨୨)ଙ୍କ ଛାତି, ବେକ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ବେଳେ ବରଗାଡିର ଡ୍ରାଇଭର ସ୍ୱାଧିନ କୁମାର ସାହୁ (୩୨)ଙ୍କ ମୁଣ୍ଡ ଫାଟି ଯାଇଥିଲା। ଉଭୟେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଦ୍ୱିତୀକୃଷ୍ଣ ସଂଜ୍ଞାହୀନ ହୋଇପଡିଥିଲେ।ଉଭୟଙ୍କୁ ପ୍ରଥମେ ପିପିଲି ମେଡିକାଲ୍‍ରେ ଭର୍ତ୍ତି କରାଯାଇଥିବା ବେଳେ ପରେ ସେମାନଙ୍କୁ କ୍ୟାପିଟାଲ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଖବର ପାଇ ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଏଏସ୍‍ଆଇ ସାନ୍ତନୁ ନାୟକ, ପ୍ରହଲ୍ଲାଦ ବରାଳ ପ୍ରମୁଖ ସେଠାରେ ପହଞ୍ôଚ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏହି ଘଟଣାରେ ପୁଲିସ ଜଣେ ଯୁବକକୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ସମସ୍ତ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories