ପିପିଲି : ପିପିଲି ମହିଳା ପୋଡି ଘଟଣାରେ ବଡ ତଥ୍ୟ ସାମ୍ନାକୁ ଆସିଛି । ଏନେଇ ଗୁରୁବାର ଅତିରିକ୍ତ ଏସପି ସୂଚନା ଦେଇ କହିଛନ୍ତି, ପିପିଲି ଘଟଣା ପଛରେ ଆତ୍ମଦାହ ଉଦ୍ୟମ ରହିଛି। ପାରିବାରିକ କଳହ ନଥିଲା। ଋଣ ଚାପରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ଓ କିରାସିନି ବୋତଲ ଜବତ ହୋଇଛି । ସୁଇସାଇଡ୍ ନୋଟ୍କୁ ଯାଞ୍ଚ ପାଇଁ ପଠାଯାଇଛି। ପାଖରେ ଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯାଉଛି । ଶରୀର ୯୦ ପ୍ରତିଶତ ପୋଡି ଯାଇଥିବା ବେଳେ ଭେଣ୍ଟିଲେଟରରେ ରହିଛନ୍ତି ।
ସୂଚନାଯୋଗ୍ୟ, ପିପିଲି ଅଞ୍ଚଳର ଜଣେ ମହିଳା ବୁଧବାର ସନ୍ଧ୍ୟାରେ ନିଆଁରେ ପୋଡି ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି। ମହିଳାଙ୍କ ନାମ ଅର୍ଚ୍ଚନା ଦାଶ ବୋଲି ସୂଚନା ମିଳିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ପିପିଲି ଘଟଣା ପଛରେ ଆତ୍ମଦାହ ଉଦ୍ୟମ- ଅତିରିକ୍ତ ଏସପି
Popular Categories



