ସାନଭାଇର କଟୁରୀ ଚୋଟରେ ବଡଭାଇ ଗୁରୁତର

ପିପିଲି: ପାରିବାରିକ କଳହକୁ କେନ୍ଦ୍ରକରି ସାନଭାଇର କଟୁରୀ ଚୋଟରେ ବଡଭାଇ ଗୁରୁତର ଭାବେ ଆହତ ହେବା ଭଳି ଘଟଣା ଘଟିଛି ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ନୂଆଗୋଡି ବେହେରା ସାହିରେ। ଆକ୍ରମଣକାରୀ ସାନଭାଇକୁ ପୁଲିସ ଥାନାରେ ଅଟକ ରଖିଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି।
ନୂଆଗୋଡି ବେହେରା ସାହିରେ ଗୁରୁବାର ମଧ୍ୟାହ୍ନ ସମୟରେ ଏକ ପରିବାରରେ ସାମାନ୍ୟ କଳହକୁ କେନ୍ଦ୍ରକରି ସାନଭାଇ ନିଜର ବଡଭାଇକୁ କଟୁରୀରେ ଆକ୍ରମଣ କରିଥିଲା। ଏଥିରେ ବଡଭାଇ ପେଟରେ ଗୁରୁତର ଆଘାତ ଲାଗିବା ସହ ଅନ୍ତଃବୁଜୁଳା ବାହାରି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଖବର ପାଇ ସାତଶଙ୍ଖ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ଭୂୟାଁ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ଦୁଃଶାସନ ବେହେରାକୁ ଧରିବା ସହ ତାକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି। ଆକ୍ରମଣରେ ବ୍ୟବହୃତ କଟୁରୀକୁ ପୁଲିସ ଜବତ କରିଥିବା ଜଣାଯାଇଛି।
Comments are closed.