ପିପିଲି :ଶନିବାର ସଂନ୍ଧ୍ୟାରେ ବିଜେଡିର ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପିପିଲି ବ୍ଳକର ନୂଆଶାସନ ଗ୍ରାମରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ଭୋଟ୍ ପ୍ରଚାର କରିଥିଲେ। ରାଜ୍ୟ ମହିଳା ବିଜେଡି ନେତ୍ରୀ ମନ୍ଦାକିନି କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଉଭୟେ ଯୋଗଦେଇ ନଦୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ଆଲୋକପାତ କରିବା ସହ ପିପିଲି ଅଞ୍ଚଳରେ ଶାନ୍ତି ଓ ପ୍ରଗତିର ଧାରାକୁ ଆଗେଇ ନେବା ପାଇଁ ରୁଦ୍ରଙ୍କୁ ଭୋଟ୍ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।
Popular Categories



