www.samajalive.in
Sunday, December 7, 2025
23.1 C
Bhubaneswar

ଲୁଟ୍‍ ଉଦ୍ୟମ ବେଳେ ୪ ଯୁବକ ଗିରଫ

ପିପିଲି: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଜଣେ ପରିବା ବ୍ୟବସାୟୀଙ୍କ ଠାରୁ ଲୁଟ୍‍ ଉଦ୍ୟମ ବେଳେ ୪ ଜଣ ଯୁବକଙ୍କୁ ପିପିଲି ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ପିପିଲି ଥାନା ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ସୁରଜ ସେଠୀ (୨୧), କାଶୀନାଥ ବେହେରା (୨୨) ଓ ଡେଲାଙ୍ଗ ଥାନା ଶ୍ରୀପତିପୁର ଅଞ୍ଚଳର ଦିବାକର ଜେନା (୨୨) ଓ ସୁବାଷ ସେଠୀ। ସମସ୍ତ ଅଭିଯୁକ୍ତଙ୍କୁ ଆଜି ପିପିଲି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ନିମାପଡା ସ୍ଥିିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ୨୮ ତାରିଖ ବିଳମ୍ବିତ ରାତି ଗୋଟାଏ ସମୟରେ ତେଇସିପୁର ନିକଟବର୍ତ୍ତି ନିର୍ମଳା ଗ୍ରାମର ପରିବା ବ୍ୟବସାୟୀ ଶ୍ରୀରାମ ବେହେରା ଅଟୋରେ ପରିବା ନେଇ ପୁରୀ ଯାଉଥିବା ବେଳେ ତାଙ୍କ ଠାରୁ ଲୁଟ୍‍ ଉଦ୍ୟମ ହୋଇଥିଲା। ତେଇସିପୁର ବଜାର ନିକଟରେ ଉପରୋକ୍ତ ୪ ଅଭିଯୁକ୍ତ ଦୁଇଟି ବାଇକ୍‍ରେ ଆସି ଶ୍ରୀରାମଙ୍କ ଅଟୋକୁ ଅଟକାଇ ତାଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ୍‍ କରିବାକୁ ଉଦ୍ୟମ କରିଥିଲେ। ତେବେ ସେଠାରେ ଅନ୍ୟ କେତେକ ପରିବା ବ୍ୟବସାୟୀ ପହଞ୍ଚି ଯାଇଥିବା ବେଳେ ପୁଲିସ ପେଟ୍ରୋଲିଂ ଗାଡି ମଧ୍ୟ ସେଠାରେ ପହଞ୍ଚି ଯାଇଥିଲା। ଘଟଣାସ୍ଥଳରେ ପୁଲିସ ଏହି ୪ ଅଭିଯୁକ୍ତଙ୍କୁ ଗୋଡାଇ ଧରିବା ସହ ସେମାନଙ୍କ ନିକଟରୁ ୨ଟି ବାଇକ୍‍କୁ ଜବତ କରିଥିବା ସଂପର୍କରେ ତଦନ୍ତକାରୀ ଅଧିକାରୀ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories