www.samajalive.in
Sunday, December 7, 2025
23.1 C
Bhubaneswar

କାଳବୈଶାଖୀରେ ଉଡିଗଲା ସ୍କୁଲ ଆଜବେଷ୍ଟସ

ପିପିଲି : କାଳବୈଶାଖୀ ପବନରେ ପିପିଲି ମିଶନ ୟୁପି ସ୍କୁଲର ଆଲୁମିନିୟମ ଆଜବେଷ୍ଟସ ସିଟ୍‍ ଉଡିଯାଇଛି । ବୁଧବାର ସଂନ୍ଧ୍ୟାରେ ପିପିଲି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପବନ ବହିବା ସହିତ ବର୍ଷା ହୋଇଥିଲା । ତେବେ ଏହି ପବନରେ ସ୍କୁଲର ପଶ୍ଚିମ ପାର୍ଶ୍ବରେ ଥିବା ଆଲୁମିନିୟମ ଆଜବେଷ୍ଟସ ସିଟ୍‍ ଉପରକୁ ଉଠି ଯାଇ ସମ୍ମୁଖ ଭାଗ ଆଲୁମିନିୟମ ଆଜବେଷ୍ଟସ ସିଟ୍‍ ଉପରେ କଚାଡି ହୋଇପଡିଥିଲା । ଏଥି ଯୋଗୁଁ ପ୍ରଚଣ୍ଡ ଶବ୍ଦ ହୋଇଥିବା ବେଳେ ଆଖପାଖ ଅଞ୍ଚଳରେ ବାସ କରୁଥିବା ଲୋକେ ଭୟବୀତ ହୋଇ ପଡିଥିଲେ । ଗତ ବର୍ଷ ସାମୁଦ୍ରିକ ବାତ୍ୟା ଫଣି’ରେ ଏହି ବିଦ୍ୟାଳୟର ସମସ୍ତ ଆଜବେଷ୍ଟସ ଉଡି ଯାଇଥିବା ବେଳେ ବିଦ୍ୟାଳୟର କାନ୍ଥ ଦୁର୍ବଳ ହୋଇଯାଇଥିଲା । ଉକ୍ତ ବିଦ୍ୟାଳୟକୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ନୂତନ ଗୃହ ନିର୍ମାଣ କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଇଥିଲା । ତେବେ ନୂତନ ଗୃହ ନିର୍ମାଣ କରିବା ପରିବର୍ତ୍ତେ ଗତ ପ୍ରାୟ ମାସକ ତଳେ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ଉକ୍ତ ବିଦ୍ୟାଳୟ ଗୃହରେ ନୂତନ ଆଲୁମିନିୟମ ଆଜବେଷ୍ଟସ ସିଟ୍‍ ପକାଯାଇ ତାହାକୁ ମରାମତି କରାଯାଇଥିଲା । ସ୍କୁଲ ଗୃହର ପୁରୁଣା ଶାଳ କାଠର ଓରା ଓ ବଟମ ଗୁଡିକ ମଜବୁତ୍‍ ଥିବା ବେଳେ ସେଗୁଡିକୁ ଜାଣିଶୁଣି ବଦଳା ଯାଇ ସେହି ସ୍ଥାନରେ ଶସ୍ତା କାଠ ବ୍ୟବହାର କରାଯାଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି । ଆବଶ୍ୟକ ସଂଖ୍ୟକ କାଠର ବଟମ୍‍ ଲଗାନଯାଇ ଅତି ନିମ୍ନମାନର କାର୍ଯ୍ୟ କରାଯାଇଥିବା ଯୋଗୁଁ ବୁଧବାର ସଂନ୍ଧ୍ୟାରେ ହୋଇଥିବା ସାମାନ୍ୟ ପବନରେ ତାହା ଉଡିଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯିବା ସହ ବିଦ୍ୟାଳୟ ଗୃହର ତୁରନ୍ତ ମରାମତି କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories