ଡେସ୍କ: ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦଙ୍କ ୪୭ ବର୍ଷ ବୟସରେ ପରଲୋକ ଘଟିଛି ଘଟିଛି। ହାଇଦ୍ରାବାଦର ଯଶୋଦା ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ବୁଧବାର ରାତି ୧୧ଟା ୨୫ ମିନିଟ ସମୟରେ ପରଲୋକ ଘଟିଥିବା ସୂଚନା ମିଳିଛି। ସେ କିଛିଦିନ ହେବ ଲିଭର୍ ସିରୋସିସ୍ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଗତ ସନ୍ଧ୍ୟାରେ (ବୁଧବାର) ପିଣ୍ଟୁଙ୍କ ଲିଭର କାମ କରୁନଥିବା ନେଇ ଅଭିନେତା ଶ୍ରୀତମ ଦାସ ଜଣାଇଥିଲେ।
Pintu Nanda condition is not good. He needs blessing from everyone. ଜୟ ଜଗନ୍ନାଥ 🙏@CMO_Odisha @MoSarkar5T @OfficeDp @mansukhmandviya @otvnews @kanak_news @Kalingatv @ArgusNews_in @NandighoshaTV @NEWS7Odia @News18Odia @ZeeOdisha @etvodia @IPR_Odisha @Culturedeptt pic.twitter.com/PvIaoMIPGY
— Sritam Das (@SritamDas) March 1, 2023
ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଦିଲ୍ଲୀ ନେବାକୁ କହିବା ପରେ ଗତ ଫେବୃଆରୀ ୭ ତାରିଖରେ ତାଙ୍କୁ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନସେସ୍ – ଆଇଏଲବିଏସରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରିବାରର ଡୋନରଙ୍କ ସହ ବ୍ଲଡ୍ ଗ୍ରୁପ ମ୍ୟାଚ୍ ନ କରିବାରୁ ଡୋନର ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଡୋନର ମିଳିନଥିଲା ଫଳରେ ତାଙ୍କୁ ଫେବୃଆରୀ ୨୫ରେ ହାଇଦ୍ରାବାଦର ଯଶୋଦା ହସପିଟାଲରେ ଭର୍ତ୍ତି କରାଯାଇଥିଲା।



