ଜାଣନ୍ତୁ, ଗୋଲାପି ଓଠ ପାଇବାର ଉପାୟ
ଗୋଲାପି ଓ କୋମଳ ଓଠ ସମସ୍ତଙ୍କୁ ପସନ୍ଦ। କିନ୍ତୁ ଓଠର ଠିକ୍ ଭାବେ ଯତ୍ନ ନ ନେବା ଦ୍ୱାରା ଓଠ କଳା ପଡିଥାଏ। ଓଠ କଳା ପଡିବା ଦ୍ୱାରା ଶୁଷ୍କ ମଧ୍ୟ ଦେଖାଯାଏ। ଯେପରି ଆଖି ତଳ କଳା ପଡିଲେ ମୁହଁ ଖରାପ ଦେଖାଯାଏ ସେହିପରି ଓଠ କଳା ପଡିବା ଦ୍ୱାରା ମଧ୍ୟ ମୁହଁ ଖରାପ ଦେଖାଯାଏ। ମେକଅପ ଦ୍ୱାରା କିଛି ସମୟ ପର୍ଯ୍ୟନ୍ତ ଓଠର କଳା ଦାଗ ଲୁଚାଇ ପାରିବା ସମ୍ଭବ। ମାତ୍ର ସର୍ବଦା ଓଠକୁ କଳା ହେବାରୁ ରକ୍ଷା କରିବା ଉଚିତ। ଆସନ୍ତୁ ଜାଣିବା ଓଠରୁ କିପରି କଳା ଦାଗ ଦୂର କରିବା…
ବିଟ୍:
ସପ୍ତାହରେ ୨ରୁ ୩ଥର ବିଟ୍କୁ ଓଠରେ ମାଲିସ କରନ୍ତୁ। ବିଟ୍କୁ କାଟି ଏକ ଛୋଟ ଖଣ୍ଡ ନେଇ ଓଠରେ ୫ମିନିଟ୍ ମାଲିସ କରନ୍ତୁ। ତାପରେ ଓଠକୁ ଭଲ ଭାବରେ ପୋଛି ଦିଅନ୍ତୁ।
ବାଦାମ ତେଲ:
ପ୍ରତିଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ୨-୩ବୁନ୍ଦା ବାଦାମ ତେଲ ଓଠରେ ମାଲିସ କରନ୍ତୁ। ସକାଳେ ଉଠି ଧୋଇ ଦିଅନ୍ତୁ।
ଲେମ୍ବୁ ରସ:
ମୁହଁରୁ ଦାଗ ଦୂର କରିବା ଓ ନଖରୁ ହଳଦିଆ ଦାଗ ଦୂର କରିବାରେ ଲେମ୍ବୁର ପ୍ରୟୋଗ କରାଯାଇଥାଏ। ଠିକ ସେହିପରି କଳା ଓଠ ଠାରୁ ରକ୍ଷା ପାଇବା ପାଇଁ ମଧ୍ୟ ଲେମ୍ବୁର ସାହାଯ୍ୟ ନିଆଯାଇଥାଏ । ସପ୍ତାହରେ ୩ଥର ଲେମ୍ବୁ ରସ ଓଠରେ ଲଗାନ୍ତୁ। ୫ମିନିଟ ପରେ ଓଠକୁ ପାଣିରେ ଧୋଇ ଦିଅନ୍ତୁ। ଲେମ୍ବୁ ଚୋପାକୁ ମଧ୍ୟ ଓଠରେ ରଗଡି କିଛି ସମୟ ପରେ ଧୋଇଦିଅନ୍ତୁ। ଏହା ଦ୍ୱାରା ମଧ୍ୟ ଓଠରୁ କଳା ଦାଗ ଛାଡିଯିବ।
ହଳଦି ଓ ଲହୁଣୀ:
ଏହି ମିଶ୍ରଣକୁ ରାତିରେ ଶୋଇବାକୁ ଯିବା ପୂର୍ବରୁ ଓଠରେ ଭଲ ଭାବରେ ଲଗାଇ ଦିଅନ୍ତୁ। ସକାଳୁ ଉଠି ଓଠକୁ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଥରେ କରିବା ଉଚିତ୍।
ମହୁ:
ମହୁ ଲଗାଇବା ଦ୍ୱାରା ଓଠରୁ କଳା ଦାଗ ଛାଡିଯାଏ। ଏହା ଓଠକୁ ଫାଟିବାରୁ ମଧ୍ୟ ରକ୍ଷା କରିଥାଏ। ସେଥିପାଇଁ ରାତିରେ ଶୋଇବାକୁ ଯିବା ପୂର୍ବରୁ ଓଠରେ ମହୁ ଲଗାଇ ଶୁଅନ୍ତୁ।