www.samajalive.in
Sunday, December 7, 2025
23.1 C
Bhubaneswar

ଗଡିଲା ମାଣ୍ଡିଆ ବିକ୍ରୟ ସଚେତନ ରଥ

ଫୁଲବାଣୀ:କନ୍ଧମାଳ ଜିଲା ଓଡ଼ିଶା ମିଲେଟ୍ ମିଶନ୍ ତରଫରୁ ଖରିଫ୍ ମାଣ୍ଡିଆ ବିକ୍ରିୟ ନିମେନ୍ତ ଦାରିଙ୍ଗବାଡ଼ି ବ୍ଳକରେ ଆଜି ଗଡ଼ିଛି ମାଣ୍ଡିଆ ବିକ୍ରୟ ସଚେତନ ରଥ। ସ୍ୱେଚ୍ଛାସେବୀ ଅନୁଷ୍ଠିତ ଜାଗୃତି ଓ ସ୍ଥାନୀୟ କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳି ବିଧାୟକ ସାଲୁଗା ପ୍ରଧାନ ପତକା ଦେଖାଇ ଉଦଘାଟନ କରିଥିଲେ। ବ୍ଳକର ସମସ୍ତ ୨୫ଟି ପଞ୍ଚାୟତରେ ଏହି ସଚେତନତା ରଥ ଗସ୍ତ କରି ଅଞ୍ଚଳବାସୀଙ୍କୁ ସଚେତନ କରିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଜାଗୃତି ଅନୁଷ୍ଠାନ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ କୌଳାଶ ଦଣ୍ଡପାଟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ, ଗୋଷ୍ଠି ଉନ୍ନୟନ ଅଧିକାରୀ ଅଭିମନ୍ୟୁ ବେହେରା, ତହସିଲ୍‌ଦାର କଳାକୃଷ୍ଣ ପ୍ରଦାନ, ବ୍ଳକ କୃଷି ଅଧିକାରୀ ବୃନ୍ଦାବନ ବେହେରା, ପାହାଡ଼ି କୃଷକ ଉତ୍ପାଦନ କମ୍ପାନି ସଭାପତି ଶରତ ଚନ୍ଦ୍ର ପ୍ରଧାନ ଓ ଶିଶୁ ବିକାଶ ଅଧିକାରିଣୀ ସକୁନ୍ତଳା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଏହି ଅବସରରେ ମାଣ୍ଡିଆ ଚାଷୀମାନେ ଯେଭଳି ଭାବେ ଉଚିତ୍ ମୂଲ୍ୟ ପାଇବେ ଓ ମାନ ଉପରେ ପ୍ରକାଶ କରିଥିଲେ। ଏନେଇ ବ୍ଳକର ୪ଟି ସ୍ଥାନ ଭ୍ରମରବାଡ଼ି , ଦାରିଙ୍ଗବାଡ଼ି, ସିମନବାଡ଼ି ଓ ବ୍ରାହ୍ମଣୀଗାଁରେ ଚାଷୀ ମାନଙ୍କୁ କ୍ରୟ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ନେଇ ମଧ୍ୟ ସୂଚନା ଦିଆଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories