ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଦିବସ ଅବସରରେ ରକ୍ତଦାନ ଶିବିର, ରକ୍ତ ଦାନ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ

ଫୁଲବାଣୀ: ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ରକ୍ତ ଦାନ ଶିବିର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ସ୍ଥାନୀୟ ରକ୍ତଭଣ୍ଡାର ଠାରେ ଆୟୋଜିତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ଉପ ଜ଼ିଲାପାଳ ଶେଷଦେବ ମିଶ୍ର ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ଜ଼ିଲା ଆପତ୍ତକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ବରିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଶିବିରରେ ପ୍ରଥମେ ଉପଜିଲାପାଳ ଏବଂ ତାଙ୍କର ଧର୍ମପତ୍ନୀ ଅନୀତା ମିଶ୍ର ରକ୍ତଦାନ କରିଥିଲେ। ରକ୍ତ ଦାନ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

ଏହି ଅବସରରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଫୁଲବାଣୀ ବିଜ୍ଞାପିତ ଅଂଚଳ ପରିଷଦର ପୁର୍ବତନ ଅଧ୍ୟକ୍ଷ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ସଦସ୍ୟ କମଳାକାନ୍ତ ପାଣ୍ଡେ, ଭାରତୀୟ ଜନତା ପାର୍ଟିର ଜ଼ିଲା ସମ୍ପାଦକ, ପୂର୍ବତନ ଡିଜି ନୋମିନୀ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଭଗବାନ, ସତ୍ୟବାନ ଦଳବେହେରା ମହାନ୍ତି, ରକ୍ତଭଣ୍ଡାରର କର୍ମଚାରୀ ତୁଷାର କାନ୍ତ ପ୍ରଧାନ, ଲଷ୍ମୀଧର ମଣ୍ଡଳ, ପ୍ରଶାନ୍ତ କୁମାର ରତ୍ନାଲୁ, ସୁଜିତ କୁମାର ସାହୁ, ସଞ୍ଜୁକ୍ତା ଦଳଛତ୍ର, ବରୁଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଫୁଲବାଣୀ ବ୍ଲକର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏବଂ ଯୁବକ ସଙ୍ଘର ସଭ୍ୟସଭ୍ୟା, ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛା ସେବୀ ପ୍ରମୁଖ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇ ଥିଲେ। ଚନ୍ଦ୍ରମନି ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.