ଏସବୁ ଚିତ୍ରକୁ ଘରୁ ଦୂରେଇ ରଖନ୍ତୁ !
ଯେପରି କପଟୀ ଲୋକ ଚାରିପାଖରେ ରହିଲେ, ପରିବେଶ ଅସହଜ ହୋଇପଡ଼େ, ଠିକ୍ ସେହିପରି ନିଜ ଘରର ପ୍ରତ୍ୟେକ କୋଣ ଓ ଦିଗ ପ୍ରତି ସଚେତନ ରୁହନ୍ତୁ। ବାସ୍ତୁବିତଙ୍କ ମତରେ ଘରୁ ନକାରାତ୍ମକ ଶକ୍ତି ଦୂର ନିମନ୍ତେ କେତେକ ଫଟୋଚିତ୍ରକୁ ଦୂରେଇ ରଖନ୍ତୁ।
ବାଘ, ସିଂହ କିମ୍ବା ଅନ୍ୟ କୌଣସି ହିଂସ୍ର ଜନ୍ତୁର ଫଟୋ ଥିଲେ, ସେସବୁ ତୁରନ୍ତ କକ୍ଷରୁ ବାହାର କରନ୍ତୁ। ଏହି ଫଟୋ ଘରେ ନକାରାତ୍ମକ ଶକ୍ତି ବଢ଼ାଇବା ସହ ନିୟମିତ କଳିଗୋଳ ବଢ଼ାଇଥାଏ।
କେତେକ ଲୋକେ ବିଦେଶୀ ଭାଲୁଙ୍କ ଫଟୋ ଘରେ ରଖନ୍ତି। ହେଲେ ଏହା ପରିବାରର ପିଲାଙ୍କ ଜୀବନକୁ କ୍ଷତି ପହଞ୍ଚାଉଥିବାର ବିଶ୍ବାସ କରାଯାଏ।
ସାପ କିମ୍ବା ଅଜଗରର ଫଟୋ ମଧ୍ୟ ଘରେ ରଖନ୍ତୁନାହିଁ। ଏହା ସବୁଠୁ ଅଧିକ କ୍ଷତିକାରକ ବୋଲି ବିଭିନ୍ନ ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।
ଯୁଗଳ ପାରା କିମ୍ବା ଶୁଆର ଫଟୋ ଘରର ବୈଠକଖାନାରେ ରଖିପାରିବେ। ଏହା ଖୁବ୍ ଶୁଭଫଳ ପ୍ରଦାନ କରେ।