ଦଳ ବିରୋଧୀ କାର୍ଯ୍ୟ ପାଇଁ ୫ ବିଜେଡି ନେତା ନିଲମ୍ବିତ

ଫୁଲବାଣୀ: ଦଳବିରୋଧୀ କାର୍ଯ୍ୟ ପାଇଁ କନ୍ଧମାଳ ଜିଲାର ୫ ଜଣ ନେତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ଜିଲା ସଭାପତି। ନିଲମ୍ବିତ ନେତା ମାନେ ହେଲେ ତୁମୁଡିବ୍‍ନ୍ଧ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, ତୁମୁଡିବନ୍ଧ ବ୍ଲକର ପୂର୍ବତନ ଉପସଭାପତି ସୁବାଶ ଚନ୍ଦ୍ର ପୃଷ୍ଟି, ବ୍ଲକର ସାଧାରଣ ସଂପାଦକ ସୁଧାଂଶୁ ପରାସେଠ ଓ କୁର୍ତ୍ତମଗଡ଼ ପଂଚାୟତର ପୂର୍ବତନ ସଭାପତି ବିଶ୍ୱମ୍ବର ନାୟକ। ଏମାନେ ସମସ୍ତେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ଦଳର ଜିଲା ପର୍ଯ୍ୟବେକ୍ଷକ ତଥା ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ଏମାନଙ୍କୁ ନିଲମ୍ବିତ କରାଯାଇଥିିବା କନ୍ଧମାଳ ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି। ଏହି ନିଲମ୍ବିତ ନେତା ମାନେ ଗତ ପଂଚାୟତ ନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଜିଲା ସଭାପତି ସୂଚନା ଦେଇଛନ୍ତି। ସେହିଭଳି ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ମାନଙ୍କ ବିରୋଧରେ କାର୍ଯ୍ୟ କରିଥିବା ଅନ୍ୟ ନେତା ମାନଙ୍କ ବିରୋଧରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ କର୍ଣ୍ଣ ପ୍ରକାଶ କରିଛନ୍ତି।

kalyan agarbati

Comments are closed.