www.samajalive.in
Sunday, December 7, 2025
26.1 C
Bhubaneswar

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

କ୍ରମାଗତ ସାତ ଦିନ ସ୍ଥିର ରହିବା ପରେ ଗୁରୁବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଦେଶରେ ପେଟ୍ରୋଲ ମୂଲ୍ୟ ବର୍ତ୍ତମାନ ରେକର୍ଡ ସ୍ତରରେ ଥିବାବେଳେ ଦିଲ୍ଲୀ ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ ଡିଜେଲ ମୂଲ୍ୟ ମଧ୍ୟ ରେକର୍ଡ ସ୍ତରରେ ରହିଛି।

ଭାରତୀୟ ତୈଳ ନିଗମ ଅନୁଯାୟୀ, ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇଁ ଲିଟର ପିଛା ୮୬ ଟଙ୍କା 65 ପଇସା ହୋଇଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୩୪ ପଇସା ବୃଦ୍ଧି ପାଇ ୯୩ ଟଙ୍କା ୨୦ ପଇସା ଓ କୋଲକାତାରେ ଏହା ୩୨ ପଇସା ବୃଦ୍ଧି ପାଇ ଲିଟର ପିଛା ୮୮ ଟଙ୍କା ୧ ପଇସା ହୋଇଛି।

- Advertisement -

ସେହିପରି ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ୩୧ ପଇସା ବୃଦ୍ଧି ପାଇଛି ଫଳରେ ଗୋଟିଏ ଲିଟର ପେଟ୍ରୋଲ ୮୯.୧୩ ପଇସାରେ ବିକ୍ରି ହେଉଛି। ପ୍ରଥମ ଥର ପାଇଁ ଏହା ମୁମ୍ବାଇରେ ୯୩ ଟଙ୍କା ଏବଂ ଚେନ୍ନାଇରେ ଲିଟର ପିଛା ୮୯ ଟଙ୍କା ଅତିକ୍ରମ କରିଛି। ଦିଲ୍ଲୀରେ ଡିଜେଲର ମୂଲ୍ୟ ୩୫ ପଇସା ବୃଦ୍ଧି ପାଇ ୭୬ ତାଙ୍କ ୮୩ ପଇସା ହୋଇଛି, ଯାହା ଗତ ଜୁଲାଇ ୩୦ ପରେ ରେକର୍ଡ ସ୍ତର ଅଟେ। ଏହାର ମୂଲ୍ୟ ମୁମ୍ବାଇରେ ୩୭ ପଇସା ବୃଦ୍ଧି ପାଇ ୮୩ ଟଙ୍କା ୬୭ ପଇସା, ଚେନ୍ନାଇରେ ୩୩ ପଇସା ବୃଦ୍ଧି ପରେ ୮୨ ଟଙ୍କା ୪ ପଇସା ଏବଂ କୋଲକାତାରେ ୩୩ ପଇସା ବୃଦ୍ଧି ପାଇବା ଫଳରେ ତାହା ୮୦ ଟଙ୍କା ୪୧ ପଇସାରେ ପହଂଚିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories