ପ୍ରାୟ ୧ ମାସ ପରେ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୨୦ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ମୂଲ୍ୟ ମଧ୍ୟ ଲିଟର ପିଛା ୨୦ ପଇସା ହ୍ରାସ ପାଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୧.୬୪ ପଇସା ଏବଂ ଡିଜେଲ ଲିଟର ପିଛା ୮୯.୦୭ ପଇସାକୁ ହ୍ରାସ ପାଇଛି। ଅନ୍ତର୍ଜାତୀୟ ତୈଳ ବଜାରରେ ମୂଲ୍ୟ ସର୍ବନିମ୍ନ ସ୍ତରକୁ ଖସି ଆସିଥିବାରୁ ଏହି ହ୍ରାସ ଘଟିଛି।ଅଗଷ୍ଟ ୧୮ ପରଠାରୁ ଡିଜେଲରେ ଏହି ମୂଲ୍ୟ ହ୍ରାସ ଚତୁର୍ଥ ଅଟେ।
ପୂର୍ବ ତିନୋଟି ସମୟରେ ଯେତେବେଳେ ଡିଜେଲ ଦର ହ୍ରାସ କରାଯାଇଥିଲା, ପେଟ୍ରୋଲ ମୂଲ୍ୟ ଅପରିବର୍ତ୍ତିତ ରହିଥିଲା। ୩୬ ଦିନ ପରେ ପେଟ୍ରୋଲ ମୂଲ୍ୟରେ ହ୍ରାସ ଘଟିଛି। ଗତ ସଂସଦ ଅଧିବେଶନ କାଳରେ ବିରୋଧୀ ଦଳଗୁଡିକ ପକ୍ଷରୁ ଇନ୍ଧନ ମୂଲ୍ୟ ବୃଦ୍ଧି ନେଇ ଅସନ୍ତୋଷ ପ୍ରକାଶ କରାଯାଇଥିଲା। ଗତ ଜୁଲାଇ ୧୭ରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରାଯାଇଥିଲା। ଏହା ପୂର୍ବରୁ ମେ ୪ରୁ ଜୁଲାଇ ୧୭ ମଧ୍ୟରେ ପେଟ୍ରୋଲ ମୂଲ୍ୟ ୧୧.୪୪ ଟଙ୍କା ବୃଦ୍ଧି ପାଇଥିଲା। ଏହି ସମୟ ମଧ୍ୟରେ ଡିଜେଲ ଦର ୯.୧୪ ଟଙ୍କା ବୃଦ୍ଧି ପାଇଥିଲା।



