ଭୁବନେଶ୍ବର : ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ପ୍ରଶାସକ ଚଞ୍ଚଳ ରାଣାଙ୍କୁ କୋଭିଡ-୧୯ ପରିଚାଳନାରେ ସମ୍ବଲପୁର ଜିଲ୍ଲାପାଳଙ୍କୁ ସହଯୋଗ ପାଇଁ ନିଯୁକ୍ତ କରାଯାଇଛି। ତତ୍କାଳ କାର୍ଯ୍ୟରେ ଯୋଗଦାନ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ମର୍ମରେ ଶୁକ୍ରବାର ନିର୍ଦ୍ଦେଶନାମା ଜାରି କରାଯାଇଛି।
ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉ ଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।



