www.samajalive.in
Sunday, December 7, 2025
23.1 C
Bhubaneswar

‘ପବିତ୍ର ରିସ୍ତା’ ର ସିକ୍ୱେଲ ସୁଶାନ୍ତଙ୍କ ପାଇଁ ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି – ଅଙ୍କିତା ଲୋଖଣ୍ଡେ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ଏକ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ। ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କୁ ନେଇ ଏକ ଖବର ବର୍ତ୍ତମାନ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ୱର୍ଗତ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ‘ପବିତ୍ର ରିସ୍ତା’ ସିରିଏଲର ଦ୍ୱିତୀୟ ସିଜନ୍ ପ୍ରସ୍ତୁତ କରିବାକୁ ଅଙ୍କିତା ଲୋଖଣ୍ଡେ ଯୋଜନା କରୁଥିବା ଜଣାପଡିଛି। ଏନେଇ ସେ ନିକଟରେ ପ୍ରଯୋଜିକା ଏକତା କପୁରଙ୍କୁ ଭେଟି କଥାବାର୍ତ୍ତା ଆରମ୍ଭ କରିଥିବା ଶୁଣିବାକୁ ମିଳିଛି। ‘ପବିତ୍ର ରିସ୍ତା’ ର ଦ୍ୱିତୀୟ ସିଜନ୍ ସୁଶାନ୍ତଙ୍କ ପାଇଁ ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅଙ୍କିତା ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ଏହି ପ୍ରସ୍ତାବକୁ ମଧ୍ୟ ଏକତା ପସନ୍ଦ କରିଛନ୍ତି ଏବଂ ‘ପବିତ୍ର ରିସ୍ତା’ ର ଦ୍ୱିତୀୟ ସିଜନ୍ ପାଇଁ ପ୍ରଯୋଜକ ସଂସ୍ଥା ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି। ପୂର୍ବରୁ ଏକତା ମଧ୍ୟ ଅନେକ ସିରିଏଲର ସିକ୍ୱେଲ ପ୍ରସ୍ତୁତ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories