www.samajalive.in
Sunday, December 7, 2025
26.1 C
Bhubaneswar

ଆଦିବାସୀ ବ୍ୟକ୍ତିଙ୍କ ଗଳିତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପାତ୍ରପୁର: ଜରଡା ଥାନା ଖାରିଆଗୁଡ଼ା ପଞ୍ଚାୟତ ପଳାସପୁର ଗ୍ରାମ ନିକଟ ନାଳରୁ ଜଣେ ଆଦିବାସୀ ବ୍ୟକ୍ତିଙ୍କ ଗଳିତ ମୃତ ଦେହ ପୋଲିସ ଜବତ କରିଛି। ମୃତ ବ୍ୟକ୍ତି ଜଣକ ପଳାସପୁର ଗ୍ରାମର ବୃନ୍ଦାବନ ଜାନି (୫୫) ବୋଲି ଜଣାପଡ଼ିଛି। ତାଙ୍କ ମୃତ୍ୟୁ ନେଇ ପତ୍ନୀ ଜେମା ଶବର ପୋଲିସରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ ଚଳାଇଛି।

ଗତ ସତର ତାରିଖ ରାତିରେ ବୃନ୍ଦାବନ ଗ୍ରାମ ନିକଟରେ ଚାଷ କରିଥିବା ବାଦାମ ଜମିକୁ ଯାଇ ଘରକୁ ଫେରି ନଥିଲେ। ତେବେ ଘର ଲୋକମାନେ ତାଙ୍କୁ ଖୋଜା ଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇପାରି ନଥିଲେ। ଆଜି ମଇଁଷି ଜଗିଥିବା କିଛି ବ୍ୟକ୍ତି ଗ୍ରାମ ନିକଟ ବାଘଲଟି ସବ ମାଇନର କେନାଲରେ ଏକ ମୃତଦେହ ଦେଖି ପାଟି କରିଥିଲେ। ଏହି ଖବର ଶୁଣି ଗ୍ରାମର ଲୋକମାନେ କେନାଲ ନିକଟକୁ ଯାଇ ମୃତ ଦେହ ଚିହ୍ନଟ କରିଥିଲେ। ମୃତ ଦେହଟି ଗଣ୍ଡି ମୁଣ୍ଡ ଅଲଗା ହୋଇ ପଡ଼ିଥିଲା। ମୁଣ୍ଡଟି ଜମି ହିଡରେ ପଡିଥିବା ବେଳେ ଗଣ୍ଡିଟି ନାଳ ପାଣିରେ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭାତ୍ର। ଓ ଜରଡା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ନେଇ ତାଙ୍କ ପତ୍ନୀ ଜେମା ଶବର ପୋଲିସରେ ଲିଖିତ ଏତଲାଦେଇଛନ୍ତି। ଏତଲା ଅନୁଯାୟୀ ଗତ ଛଅ ତାରିଖରେ ନିକଟ ବୁଡିଘାଟି ଗ୍ରାମରେ ଚୋରାମଦ ଚଢଉ ବେଳେ ହୋଇଥିବା ଘଟଣାରେ ତାଙ୍କ ସ୍ବାମୀ ଠିକ କଥା କହୁଥିବା ଯୋଗୁଁ କେହି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି। ସାଇଁଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିଏ କାହିଁକି ଏହି ଭଳି କାଣ୍ଡ କରିଛି ତାହା ତଦନ୍ତ ହେଲେ ଜଣାପଡିବ ବୋଲି ଜରଡା ଥାନା ଅଧିକାରୀ କହିଛନ୍ତି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories