ପଙ୍ଖାରେ ଝୁଲି ଯୋଗାଣ ସହାୟକଙ୍କ ମୃତ୍ୟୁ

ପାତ୍ରପୁର: ପାତ୍ରପୁର ବ୍ଲକ ପଦାଦିଗୀ ପଂଚାୟତରେ ଯୋଗାଣ ସହାୟକ ଭାବେ କାର୍ଯ୍ୟ କରୁ ଥିବା ଶ୍ରୀକାନ୍ତ ମହାରଣାଙ୍କ ସୋମବାର ଦିନ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ସେ ତାଙ୍କ ଘର ଉପର ମହଲାରେ ଗତ ରାତିରେ ଏକୁଟିଆ ଶୋଇ ଥିଲେ। ତେବେ ଆଜି ସକାଳୁ ଦୀର୍ଘସମୟ ପର୍ଯନ୍ତ ସେ ତଳକୁ ଆସି ନଥିଲେ। ଏହା ପରେ ପରିବାର ଲୋକେ ଉପର ଘର ବନ୍ଦ କବାଟ ବାଡେଇ ନିରାଶ ହୋଇ ଥିଲେ।ସେ ନଖୋଲିବାରୁ କବାଟ ଭାଙ୍ଗି ଦେଖିଲା ବେଳେ ଏକ ଫ୍ୟାନରେ ବେକରେ କମ୍ବଳ ଗୁଡ଼ାଇ ଝୁଲୁଥିବା ଦେଖିଥିଲେ। ତୁରନ୍ତ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ତାଙ୍କ ସାନ ଭାଇ ସୁଶାନ୍ତ ମହାରଣା ଜରଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।ତେବେ ତାଙ୍କର ମୃତ୍ୟୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ଜଣା ପଡିବ।

kalyan agarbati

Comments are closed.