ପାତ୍ରପୁର: ପାତ୍ରପୁର ବ୍ଳକ ତଣ୍ଡିପୂର ପଞ୍ଚାୟତ ପୋଲରାଜ ପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଠାରେ ପୋଷାକ ଓ ଜୋତା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଏସ କୋଟେଶ ଅଧ୍ୟକ୍ଷତା କରିଥିଲେ । ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ପାଢ଼ୀ ମୁଖ୍ୟ ଅତିଥି, କେ. ସିମାଞ୍ଚଳ,ସି ଆର ସି ସି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଚଳିତ ଶିକ୍ଷାବର୍ଷ ରେ ବିଦ୍ୟାଳୟର ମୋଟ ୮୧ଜଣ ଛାତ୍ରଛତ୍ରୀ ନାମ ଲେଖାଇ ଥିବା ବେଳେ, ୭୩ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୬ ଜଣ ଛାତ୍ରୀ ଓ ୩୭ ଜଣ ଛାତ୍ରଙ୍କ ପାଇଁ ପୋଷାକ ଓ ଜୋତା ବାବଦ କୁ ଅର୍ଥ ରାଶି ଆସିଥିଲେ ମଧ୍ୟ ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ସମସ୍ତ ୮୧ଜଣଙ୍କୁ ଆଜି ବଣ୍ଟନ କରାଯାଇଥିଲା । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋରନା କଟକଣା ନିୟମ ଅନୁଯାୟୀ ଅଭିଭାବକ ମାନେ ଉପସ୍ଥିତ ରହି ପୋଷାକ ଓ ଜୋତା ଗ୍ରହଣ କରିଥିଲେ।
ଗୋଷ୍ଠି ଶିକ୍ଷା ଅଧିକାରୀ ପିଲାମାନେ କିପରି ସୁରକ୍ଷିତ ରହି ଶିକ୍ଷା ଗ୍ରହଣ କରିପାରିବେ, ସେଥି ପ୍ରତି ଅଭିଭାବକ ଓ ଶିକ୍ଷକ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ଦ୍ବାରା ଏକ କର୍ପୁର ତୁଳସୀ ଔଷଧୀୟ ଗଛ ରୋପଣ କରାଯାଇଥିଲା ।ପ୍ରଧାନ ଶିକ୍ଷକ ରାଜେଶ କୁମାର ମହାନ୍ତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷକ ଗ୍ରାମ ବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।



