କାଳ ବୈଶାଖୀ ପ୍ରଭାବରେ ୫-ଟି ଉଚ୍ଚ ବିଦ୍ୟାଳୟ ଟିଣଛପର ଉଡିଗଲା

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ଜାମୁଦା ଉଚ୍ଚ ବିଦ୍ୟାଳୟଟି ଗତବର୍ଷ ୫-ଟିରେ ରୂପାନ୍ତରିତ ହୋଇଥିଲା । ୬ ମାସ ନପୁରୁଣୁ ମୁଖ୍ୟ ଫାଟକରୁ ମାର୍ବଲ ଖଣ୍ଡ ଖସି ପଡିଥିବା ଦେଖାଯାଇଛି। ଏବେ କାଳ ବୈଶାଖୀ କାରଣରୁ ବହୁବିଧ କାର୍ଯ୍ୟ ଉଦ୍ଦେଶ୍ୟରେ ନିର୍ମିତ ଗୋଷ୍ଠୀଗୃହରେ ଲାଗିଥିବା ଟିଣଛପର ଉଡିଯାଇଥିବା ଦେଖାଯାଇଛି।  ଆଉ କେତୋଟି ଟିଣ ବଙ୍କା ହୋଇଯାଇ ଉପରକୁ ଠିଆ ହୋଇଯାଇଛି । ନିକଟରେ ବିଦ୍ୟାଳୟ ଖୋଲିବାକୁ ଯାଉଥିବାରୁ କାଳ ବୈଶାଖୀରେ ପ୍ରଭାବିତ ଏହି ବିଦ୍ୟାଳୟର ଆନୁଷଙ୍ଗିକ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଅବିଭାବକ ମହଲରୁ ଦାବି ହୋଇଛି।

Comments are closed.