www.samajalive.in
Tuesday, December 9, 2025
16.1 C
Bhubaneswar

ଆମ୍ରି ହସ୍ପିଟାଲସରେ ୯୨ ବର୍ଷୀୟ ବ୍ୟକ୍ତିଙ୍କର ସଫଳ ଆଣ୍ଠୁ ପ୍ରତିରୋପଣ

ଭୁବନେଶ୍ୱର: ୯୨ ବର୍ଷୀୟ ଈଶ୍ୱର ଚନ୍ଦ୍ର ମହାନ୍ତି ହେଉଛନ୍ତି ଆଣ୍ଠୁ ପ୍ରତିରୋପଣ କରିବାରେ ପୂର୍ବ ଭାରତର ସବୁଠୁ ବୟସ୍କ ବ୍ୟକ୍ତି। ଭୁବନେଶ୍ବର ଆମ୍ରି ହସ୍ପିଟାଲସରେ ଅଭିଜ୍ଞ ଅସ୍ଥିସଲ୍ୟ ବିଶେଷଜ୍ଞ ଡାକ୍ତର ବସନ୍ତ ବେହେରା ଦ୍ବାରା ଈଶ୍ବରଙ୍କ ଆଣ୍ଠୁ ପ୍ରତିରୋପଣ ସଫଳତାର ସହିତ କରାଯାଇଅଛି। କେବଳ ଆଣ୍ଠୁରେ ଯନ୍ତ୍ରଣା ଏବଂ ଚାଲିବାରେ କଷ୍ଟ ବ୍ୟତୀତ, ଶ୍ରୀ ମହାନ୍ତିଙ୍କର ଅଲଗା କୌଣସି ବୟସ ବଢିବା ଜନିତ ସ୍ୱାସ୍ଥ୍ୟଗତ ସମସ୍ୟା ନ ଥିଲା। ସ୍ୱତନ୍ତ୍ର ନର୍ଭ ବ୍ଲକ ଅନେସ୍ଥେସିଆ ଦ୍ବାରା ଯନ୍ତ୍ରଣା ମୁକ୍ତ ଗଣ୍ଠି ପ୍ରତିରୋପଣ ହୋଇଥିଲା ଓ ଯଦ୍ୱାରା ରୋଗୀ ୨୪ ଘଣ୍ଟାରେ ଚାଲିବା ପାଇଁ ସକ୍ଷମ ହୋଇଥିଲେ ବୋଲି ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ଚନ୍ଦ୍ରଶେଖର ପ୍ରଧାନ ପ୍ରକାଶ କରିଛନ୍ତି।

ଡାକ୍ତର ବସନ୍ତ ବେହେରାଙ୍କ କହିବା ଅନୁଯାୟୀ ସାଧାରଣରେ ଏକ ଭ୍ରାନ୍ତ ଧାରଣା ରହିଛି ଯେ ନିର୍ଦ୍ଧିଷ୍ଟ ବୟସ ବା ପରିଣତ ବୟସରେ ପ୍ରମୁଖ ଅସ୍ତ୍ରୋପଚାର କରିହୁଏ ନାହିଁ। କିନ୍ତୁ ୮୦ ବର୍ଷ ଅଧିକ ବୟସ ରୋଗୀ ମାନଙ୍କର ଅନେକ ସଫଳ ଅସ୍ତ୍ରୋପଚାର ମୁଁ କରିଛି। ସାଧାରଣତଃ ଅସ୍ତ୍ରୋପଚାର ପରେ ୯୨ ବର୍ଷୀୟ ବୃଦ୍ଧଙ୍କ ନିକଟରେ ଆଣ୍ଠୁ ପ୍ରତିରୋପଣ ପରେ ଅନେକ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିବ ବୋଲି ଆଶଙ୍କା କରାଯାଉଥିଲା, କିନ୍ତୁ ଶ୍ରୀ ମହାନ୍ତିଙ୍କ କ୍ଷେତ୍ରରେ ଏସବୁର ନଜିର ନ ଥିଲା।
ବର୍ତ୍ତମାନ ଆଣ୍ଠୁଗଣ୍ଠି ପ୍ରତିରୋପଣରେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଅବଲମ୍ବନ କରାଯାଉଛି। ଅତ୍ୟାଧୁନିକ ନିଶ୍ଚେତକ ପଦ୍ଧତିରେ ବାର୍ଦ୍ଧକ୍ୟ ବ୍ୟକ୍ତିଙ୍କ ଠାରେ ସଫଳ ଅପରେସନ କରାଯାଇ ପାରୁଛି। ଏଥିପାଇଁ ଦରକାର ସବୁ ବିଭାଗର ଦକ୍ଷ ଡାକ୍ତର, ଅଭିଜ୍ଞ ନିଶ୍ଚେତକ, ଅତ୍ୟାଧୁନିକ ଆଇସିୟୁ ସୁବିଧା ଯାହାକି ଆମ୍ରି ହସ୍ପିଟାଲସରେ ଉପଲବ୍ଧ। ଆଣ୍ଠୁଗଣ୍ଠି ପ୍ରତିରୋପଣରେ ବୟସ କେବେ ବାଧକ ନୁହେଁ, ଏହା ପ୍ରମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି ଈଶ୍ୱର ଚନ୍ଦ୍ର ମହାନ୍ତି ବୋଲି କହିଛନ୍ତି ଆମ୍ରି ହସ୍‌ପିଟାଲ୍‌ ସିଇଓ ରୂପକ ବରୁଆ।
ବର୍ତ୍ତମାନ ଭାରତରେ ଅଧିକାଂଶ ଲୋକ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ହେଉଛନ୍ତି ଏବଂ ଏହାର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି ଓ ସୁଷମ ଖାଦ୍ୟ, ସୁସ୍ଥ ଜୀବନଚର୍ଯ୍ୟା, ଦୈନିକ ବ୍ୟାୟାମ ଓ ଠିକ ସମୟରେ ଡାକ୍ତରଙ୍କ ପରାମର୍ଶ ଦ୍ୱାରା ଏହି ରୋଗର ନିରାକରଣ କରାଯାଇପାରିବ ଓ ପରିପକ୍ବ ବୟସରେ ଯେଉଁମାନେ ଏହି ଅପରେସନ କରିବାପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଈଶ୍ୱର ଚନ୍ଦ୍ର ମହାନ୍ତିଙ୍କ ମାମଲାକୁ ଭଲ ଉଦାହରଣ ଭାବେ ନିଆଯାଇପାରିବ ବୋଲି ଆର୍ମି ହସ୍‌ପିଟାଲ୍‌ ଭାରପ୍ରାପ୍ତ ୟୁନିଟ୍‌ ମୁଖ୍ୟ ନିଲଞ୍ଜନା ମୁଖାର୍ଜି ପ୍ରକାଶ କରିଛନ୍ତି।
ଆଣ୍ଠୁଗଣ୍ଠି ପ୍ରତିରୋପଣ ବିଂଶ ଶତାବ୍ଦୀର ଏକ ସଫଳ ଅପରେସନ ଯାହାକି ଗଣ୍ଠିର ଯନ୍ତ୍ରଣାକୁ ଉପଶମ କରେ ଓ ଚାଲିବାକୁ ସକ୍ଷମ ହେଇପାରେ ଓ ଅତ୍ୟାଧୁନିକ ଚିକିସ୍ଛା ପଦ୍ଧତି ଦ୍ୱାରା ଏହି ଅପେରସନ ସଫଳତାର ସହ କରାଯାଇପାରୁଛି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories