MEllora 950×100

ନିର୍ଭୟା ମାମଲା: ୪ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ଆବେଦନର ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ: ୨୦୧୨ ଡିସେମ୍ବର ୧୬ରେ ଘଟିଥିବା ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ଲାଗି ହୋଇଥିବା ଆବେଦନର ଶୁଣାଣିକୁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୧୮ ତାରିଖରେ ଏହି ଆବେଦନର ଶୁଣାଣି ହେବ।

ନିର୍ଭୟା ମାମଲାର ଦୋଷୀମାନଙ୍କୁ ଶୀଘ୍ର ଫାଶୀ ଦେବା ଲାଗି ଦାବି କରି ନିର୍ଭୟାଙ୍କ ମା’ ପଟିଆଲା ହାଉସ କୋର୍ଟରେ ପିଟିଶନ ଦାଖଲ କରିଥିଲେ। ଶୁକ୍ରବାର ଏହାର ଶୁଣାଣି ହୋଇଥିଲା। କୋର୍ଟ ଶୁଣାଣି ସମୟରେ କହିଥିଲେ ଯେ, ସୁପ୍ରିମକୋର୍ଟରେ ଜଣେ ଦୋଷୀଙ୍କ ସମୀକ୍ଷା ଆବେଦନ ବିଚାରାଧୀନ ରହିଛି। ଏହା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯିବ। ସୁପ୍ରିମକୋର୍ଟ ନିଷ୍ପତ୍ତି ପରେ ରାୟ ଦିଆଯିବ। ଆସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିବେ। ଏହା ପରେ ୧୮ ତାରିଖ ଅପରାହ୍ନ ୨ଟାରେ ପିଟିଆଲା ହାଉସ କୋର୍ଟରେ ଶୁଣାଣି ହେବ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି।

Comments are closed.