୨୨ ଘରିଆ ହାତୀପଲ, ଗ୍ରାମବାସୀ ଭୟଭୀତ

ପାଟଣା: ପାଟଣା ବନାଞ୍ଚଳରେ ଦୀର୍ଘ କିଛି ଦିନ ହେଲା ଉପଦ୍ରବ ଜାରି ରଖିଥିବା ୨୨ ଘରିଆ ହାତୀପଲ ବୁଧବାର ରାତି ମୟୂରଭଞ୍ଜ ସୀମା ଟିକାସିଲି ଜଙ୍ଗଲକୁ ଚାଲିଯାଇଥିବା ବେଳେ ପୁଣି ପୁରୁଣାପାଣି ହୋଇ ସନ୍ଧ୍ୟାରେ ପାଟଣା ବ୍ଲକ ମିରିଗିଖୋଜି ନିକଟରେ ଡେରା ପକାଇଛନ୍ତି। ଏହି ହାତୀପଲ ପଇତାମଜା ଓ ବାଉଁଶନାଳୀ ଗ୍ରାମରେ ଘର ଓ ପାଚେରୀ ଭାଙ୍ଗି ଆସିଥିବାରୁ ମିରିଗିଖୋଜି ଓ ଏହାର ଆଖପାଖ ଗ୍ରାମରେ ସନ୍ଧ୍ୟାରୁ ତାଟି କବାଟ ପଡ଼ିଯାଇଛି। ହାତୀପଲଙ୍କ ଉପରେ ବନ ବିଭାଗ ନଜର ରଖିଥିବା ଜଣାଯାଇଛି।

Comments are closed.