ପାଟଣା: ସାହାରପଡା ବ୍ଲକ ଅଞ୍ଚଳରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଗାନ୍ଧୀଜିଙ୍କ ଅହିଂସା ବାର୍ତ୍ତା ଧରି ଅହିଂସା ରଥ ବ୍ଲକ ଅଞ୍ଚଳରେ ପହଞ୍ଚିବା ପରେ ବିଧାୟକ ଜଗନ୍ନାଥ ନାଏକଙ୍କ ଉପସ୍ଥିତିରେ ରଥକୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଖଜୁରୀଡିହା ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନେ ହାତରେ ତ୍ରିରଙ୍ଗା ପତାକା ଧରି ଗାନ୍ଧୀଜି ଏବଂ ଭାରତ ମାତାଙ୍କ ଜୟ ଗାନ କରି ରଥକୁ ସ୍ଵାଗତ କରିଥିଲେ। ଏହାପରେ ସିଲିପଦା ଗାଁ ମଣ୍ଡପ ଠାରେ ଅହିଂସା ରଥକୁ ସ୍ଵାଗତ କରାଯାଇଥିଲା। ଏଠାରେ ଏଲ୍ ସି ଡି ମାଧ୍ୟମରେ କ୍ଷୁଦ୍ର ଦେଶାତ୍ମକ ବୋଧକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହା ପରେ ଅହିଂସା ରଥଟି ଉଦୟପୁର ଉଚ୍ଚ ବିଦ୍ୟାଳୟ ଅଭିମୁଖେ ବାହାରିଥିଲା। ଛାତ୍ରଛାତ୍ରୀମାନେ ସ୍ଵାଧୀନତା ସଂଗ୍ରାମୀମାନଙ୍କ ବେଶ ଧାରଣ କରି ଦେଶ ପ୍ରେମର ବାର୍ତ୍ତା ପ୍ରଦାନ କରିଥିଲେ। ଶେଷରେ ଅହିଂସା ରଥଟି ସାହାରପଡା ପହଁଞ୍ଚି ଥିଲା।
କାର୍ଯ୍ଯକ୍ରମରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଜଗନ୍ନାଥ ନାଏକ, ୨୯ ନମ୍ଵର୍ ଜୋନ ଜିଲ୍ଲାପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ, ବ୍ଲକ ଅଧ୍ୟକ୍ଷା ରିନା ନାୟକ, ଉପାଧ୍ୟକ୍ଷା ଛବିରାଣୀ ସେଠୀ, ବିଡିଓ ବିଜୟ କୁମାର ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁ, ତହସିଲଦାର ବାବାଜୀ ଚରଣ ସିଂହ, ବ୍ଲକ ଶିକ୍ଷାଧିକାରୀ ଦୟାନିଧି ପାତ୍ର, ପାଟଣା ଥାନାଧିକାରୀ ରାଜେନ୍ଦ୍ର କୁମାର ସ୍ବାଇଁ, ସାହାରପଡ଼ା ଫାଣ୍ଡି ଅଧିକାରୀ ଶିବ ଶଙ୍କର ଆଲଦା, ଏ ଏସ ଆଇ ଶିବ ପ୍ରସାଦ ଆଇଚ, ବ୍ଲକର ଅନ୍ୟାନ୍ୟ ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧି, କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ରାଉତରାୟ, ମଧୁସୂଦନ ପାତ୍ରଙ୍କ ସହ ଲାଇନ୍ ବିଭାଗର ଅଧିକାରୀ, ଏସଏଚଜି ମହିଳା,ପାଟଣା ପୁଲିସ ଟିମ୍ ଓ ବିଭିନ୍ନ ବର୍ଗର ଲୋକ ମାନେ ଉପସ୍ଥିତ ରହି ଅହିଂସା ରଥକୁ ସ୍ଵାଗତ କରିଥିଲେ। ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଜନ ସାଧାରଣ ବେଶ ଉପଭୋଗ କରିଛନ୍ତି।



