ରାଇଡ଼ିହାରେ ନାଏବ ସରପଞ୍ଚ ନିର୍ବାଚନ ସମୟରେ ଗଣ୍ଡଗୋଳ ମାମଲା, ଆଉ ୨ ଗିରଫ

ପାଟଣା :  ସାହାରପଡା ବ୍ଲକ ରାଇଡ଼ିହା ପଞ୍ଚାୟତ ନାଏବ ସରପଞ୍ଚ ନିର୍ବାଚନ ସମୟରେ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ପୁଲିସ ଆଉ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
prayash
ନାଏବ ସରପଞ୍ଚ ନିର୍ବାଚନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ସାହାରପଡ଼ା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚଙ୍କ ହାତ ଭାଙ୍ଗିବା ସହ ଅନ୍ୟ ୭ପୁଲିସ କର୍ମଚାରୀ ଆହତ ହେଇଥିଲେ। ଘଟଣାରେ ସେହିଦିନ ପାଟଣା ପୁଲିସ ମୋଟ ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସୋମବାର ଏହି ମାମଲାରେ ପୁଲିସ ଆଉ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦ୍ବୟ ମେଦିନିପୁର ଗ୍ରାମର ପଦ୍ମନାଭ ନାଏକ(୩୧) ଏବଂ ଲକ୍ଷ୍ମଣ ନାଏକ ବୋଲି ଜଣାପଡିଛି । ଏହି ମାମଲାରେ ଗିରଫଦାରୀ ସଂଖ୍ୟା ଆଜି ସୁଦ୍ଧା ୧୫ରେ ପହଞ୍ଚିଥିବା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କ ଠାରୁ ପ୍ରକାଶ।
kalyan agarbati

Comments are closed.