ସାହାରପଡାରେ ୮୦ ପ୍ରତିଶତ ମତଦାନ

ପାଟଣା: ସାହାରପଡା ବ୍ଲକ ଅଞ୍ଚଳରେ ପଞ୍ଚାୟତିରାଜ ନିର୍ବାଚନର ଅନ୍ତିମ ଚରଣରେ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ମୋଟାମୋଟି ଭାବେ ବ୍ଲକ ଅଞ୍ଚଳରୁ ଭୋଟ ବାକ୍ସରେ ୮୦ ପ୍ରତିଶତରୁ କିଛି ଅଧିକ ଭୋଟ ପଡ଼ିଥିବା ସୂଚନା ମିଳିଛି। ଶାନ୍ତିଶୃଙ୍ଖଳା ପାଇଁ ପାଟଣା ଓ ତୁରୁମୁଙ୍ଗା ପୁଲିସ ସହ ସ୍ବତନ୍ତ୍ର ବଳ ନିୟୋଜିତ ଥିଲେ। ସାହାରପଡା ବ୍ଲକ ଅଞ୍ଚଳରେ ମୋଟ ୨୦ଟି ପଞ୍ଚାୟତ ପାଇଁ ୨୦ ଜଣ ସେକ୍ଟର ଅଧିକାରୀ ଓ ୨୩୨ ଜଣ ଲେଖାଏଁ ପ୍ରିଜାଇଡଂ ଓ ପୁଲଂ ଅଧିକାରୀ ନିଯୁକ୍ତ ହୋଇଥିଲେ। ବ୍ଲକ ଅଞ୍ଚଳରେ ପର୍ଯ୍ୟବେକ୍ଷକ ବିଭୂତି ଭୂଷଣ ଦାସ, ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ତହସିଲଦାର ବାବାଜୀ ଚରଣ ସିଂହ ପ୍ରମୁଖ ବିଭିନ୍ନ ବୁଥ ପରିଦର୍ଶନ କରିଥିଲେ। ଭୋଟଗ୍ରହଣ ପରେ ଭୋଟ ବାକ୍ସ ଓ ଆନୁସାଙ୍ଗିକ କାଗଜ ପତ୍ର ବ୍ଲକ କାର୍ଯ୍ୟାଳୟକୁ ଅଣାଯାଇ ଷ୍ଟ୍ରଙ୍ଗ ରୁମରେ ଗଚ୍ଛିତ ରଖାଯାଇଥିବା ଦେଖିବାକୁ ମିଳିଛି। ବ୍ଲକ ନିର୍ବାଚନ ଅଧିକାରୀ ଲମ୍ବୋଦର ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭୋଟ ଗ୍ରହଣ ସମ୍ପନ୍ନ ହୋଇଛି।

Comments are closed.