
ଅବକାରୀ ଚଢ଼ାଉ: ବିପୁଳ ପରିମାଣର ପୋଚ ନଷ୍ଟ, ମଦ ଜବତ ସହ ୪ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଆଜି ପାଟଣା ଅବକାରୀ ବିଭାଗ ଓ ଭ୍ରାମ୍ୟମାଣ ଦଳ ମିଳିତ ପାଟଣା ଥାନା ଅଞ୍ଚଳର ଖଣ୍ଡେଇପଡା, ଭାଲିଆଡିହା ଓ ଗୋପୀନାଥପୁର ଗ୍ରାମର ଚୋରା ମଦଭାଟି ଉପରେ ଚଢ଼ାଉ କରି ମୋଟ ୧୪ ହଜାର କେଜି ମହୁଲ ପୋଚ ନଷ୍ଟ କରାଯିବା ସହ ୫୩୦ ଲିଟର ଚୋରା ମହୁଲି ମଦ ଜବତ କରାଯାଇଛି। ଏହା ସହ ମଦଭାଟି ଭାଙ୍ଗି ମଦରନ୍ଧା ସରଞ୍ଜାମ ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ୬ଟି ମାମଲା ରୁଜୁ ହୋଇଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଖଣ୍ଡେଇପଡାର ସାହାନସିଂହ ମୁଣ୍ଡା, ସାଲଗେ ମାଝି ଓ ସର ମାଝି ଓ ଭାଲିଆଡିହାର ସୁକୁମାରୀ ମାଝି। ଏହି ଚଢ଼ାଉରେ କେନ୍ଦୁଝର ଅବକାରୀ ବିଭାଗ, ଘଟଗାଁ ଅବକାରୀ ବିଭାଗ, ପାଟଣା ଅବକାରୀ ବିଭାଗ ଓ ଭ୍ରାମ୍ୟମାଣ ଦଳ ସାମିଲ ଥିଲେ।
Comments are closed.