ନିର୍ଦ୍ୱନ୍ଦରେ ସରାସକୋଲା ସମିତି ସଭ୍ୟା ହେବେ ବୀଣାପାଣି
ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ଗ୍ରାମର ବାସିନ୍ଦା ତଥା ବର୍ତ୍ତମାନର ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକଙ୍କ ପତ୍ନୀ ବୀଣାପାଣି ନାୟକ ଗତ ପଞ୍ଚାୟତିରାଜ ନିର୍ବାଚନରେ ପଲାଣଘାଟି ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ଚଳିତ ପଞ୍ଚାୟତିରାଜ ନିର୍ବାଚନର ଏଥର ବୀଣାପାଣି ନାୟକ ଏହି ବ୍ଲକ ଅନ୍ତର୍ଗତ ସରାସକୋଲା ପଞ୍ଚାୟତର ସମିତି ସଭ୍ୟା ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟାରେ ଜଣେ ସମିତି ସଭ୍ୟା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହେବା ପରେ ବୀଣାପାଣିଙ୍କ ରାସ୍ତା ସଫା ହୋଇଯାଇଛି। ସେ ନିର୍ଦ୍ୱନ୍ଦରେ ସରାସକୋଲା ପଞ୍ଚାୟତ ସମିତି ସଭ୍ୟା ନିର୍ବାଚିତ ହେବାକୁ ଯାଉଥିବା ସୂଚନା ମିଳିଛି।
Comments are closed.