ମଲ୍ଲିପଶିରେ ମା’ ବିଶିରିପାଟ ଠାକୁରାଣୀ ଓଷା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପଶି ଗ୍ରାମର ଭୂମିଜ ସାହିରେ ମା ବିଶିରିପାଟ ଙ୍କ ପ୍ରସିଦ୍ଧ ଠାକୁରାଣୀ ଓଷା ଉଦଯାପିତ ହୋଇଯାଇଛି। ଭୂମିଜ ସମାଜ ପକ୍ଷରୁ ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଠାକୁରାଣୀ ଓଷାରେ ନଅ ଦିନ ପୂର୍ବରୁ ଏଠାରେ କୁମ୍ଭକାର ପ୍ରହଲ୍ଲାଦ ରଣାଙ୍କ ଦ୍ଵାରା ଘଟ ସ୍ଥାପନ କରାଯାଇଥିଲା। ଟିକେଶ୍ବର ଭୂମିଜ ଦେହୁରୀ ଭାବେ ମାଆଙ୍କ ପୂଜାର୍ଚ୍ଚନା କରୁଥିବା ବେଳେ ପ୍ରତ୍ୟହ ସଂନ୍ଧ୍ୟାରେ ଗାୟକ ତ୍ରିନାଥ ମହାକୁଡ଼ ମାଆ ଙ୍କ ମହିମା ଗାୟନ କରୁଥିଲେ।

prayash

ଉଦଯାପନ ଦିବସରେ କାଳିସୀମାନଙ୍କ ଦ୍ଵାରା ନିଆଁ ଖନ୍ଦା ରେ ଚାଲିବା, ଖଣ୍ଡାରେ ଦୋଳି ଖେଳିବା, ରଡ ନିଆଁକୁ ପାଟିରେ ପୁରାଇବା, ବେତ ଓ ଚାବୁକ ମାଡ ଖାଇବା ଓ ଏହା ସହ କଣ୍ଟା ପିଢାରେ ବସି ଦୋଳି ଖେଳିବା ଭଳି ଦୁଃସାହସିକ କାର୍ଯ୍ୟ କରି ଦେଖାଇଥାନ୍ତି। ଏଥିସହ ଭକ୍ତ ନିଜର ମନସ୍କାମନା ପୂରଣ ପାଇଁ ବୋଦା ଓ କୁକୁଡ଼ା ବଳି ମାଆଙ୍କ ନିକଟରେ ପକାଇଥାନ୍ତି। ଏହି ଓଷା ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳିଥାଏ।

kalyan agarbati

Comments are closed.