www.samajalive.in
Friday, December 12, 2025
14.1 C
Bhubaneswar

ମଲ୍ଲିପଶିରେ ମା’ ବିଶିରିପାଟ ଠାକୁରାଣୀ ଓଷା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପଶି ଗ୍ରାମର ଭୂମିଜ ସାହିରେ ମା ବିଶିରିପାଟ ଙ୍କ ପ୍ରସିଦ୍ଧ ଠାକୁରାଣୀ ଓଷା ଉଦଯାପିତ ହୋଇଯାଇଛି। ଭୂମିଜ ସମାଜ ପକ୍ଷରୁ ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଠାକୁରାଣୀ ଓଷାରେ ନଅ ଦିନ ପୂର୍ବରୁ ଏଠାରେ କୁମ୍ଭକାର ପ୍ରହଲ୍ଲାଦ ରଣାଙ୍କ ଦ୍ଵାରା ଘଟ ସ୍ଥାପନ କରାଯାଇଥିଲା। ଟିକେଶ୍ବର ଭୂମିଜ ଦେହୁରୀ ଭାବେ ମାଆଙ୍କ ପୂଜାର୍ଚ୍ଚନା କରୁଥିବା ବେଳେ ପ୍ରତ୍ୟହ ସଂନ୍ଧ୍ୟାରେ ଗାୟକ ତ୍ରିନାଥ ମହାକୁଡ଼ ମାଆ ଙ୍କ ମହିମା ଗାୟନ କରୁଥିଲେ।

ଉଦଯାପନ ଦିବସରେ କାଳିସୀମାନଙ୍କ ଦ୍ଵାରା ନିଆଁ ଖନ୍ଦା ରେ ଚାଲିବା, ଖଣ୍ଡାରେ ଦୋଳି ଖେଳିବା, ରଡ ନିଆଁକୁ ପାଟିରେ ପୁରାଇବା, ବେତ ଓ ଚାବୁକ ମାଡ ଖାଇବା ଓ ଏହା ସହ କଣ୍ଟା ପିଢାରେ ବସି ଦୋଳି ଖେଳିବା ଭଳି ଦୁଃସାହସିକ କାର୍ଯ୍ୟ କରି ଦେଖାଇଥାନ୍ତି। ଏଥିସହ ଭକ୍ତ ନିଜର ମନସ୍କାମନା ପୂରଣ ପାଇଁ ବୋଦା ଓ କୁକୁଡ଼ା ବଳି ମାଆଙ୍କ ନିକଟରେ ପକାଇଥାନ୍ତି। ଏହି ଓଷା ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳିଥାଏ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories