ବିଶ୍ଵ ପ୍ରଦୂଷଣ ନିରାକରଣ ଦିବସ ପାଳିତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଭିମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଇକୋ କ୍ଲବ ତରଫରୁ ଇକୋ କ୍ଲବ ଅଧିକାରୀ ସମରେନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ବିଶ୍ଵ ପ୍ରଦୂଷଣ ନିରାକରଣ ଦିବସ ପାଳିତ ହୋଇଯାଇଛି। ଏଥି ନିମନ୍ତେ ବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ଅଧ୍ୟକ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସନ୍ତୋଷ କୁମାର ସେନାପତି ପରିବେଶ କିପରି ପ୍ରଦୂଷିତ ହେଉଛି ଓ ଏହାର ନିରାକରଣ ନିମିତ୍ତ ଆବଶ୍ୟକୀୟ ପଦେକ୍ଷପ ଗ୍ରହଣ ସହ ସାଧାରଣ ଲୋକଙ୍କ ମଧ୍ୟରେ ସଚତନତା ସୃଷ୍ଟି ନିମନ୍ତେ ପରାମର୍ଶ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଫଳତା ପ୍ରଦାନ କରିବା ନିମନ୍ତେ ବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ସର୍ବଶୀ ଦଶରଥ ସାହୁ, ମିତ୍ରଭାନୁ ମହାନ୍ତ, କାହ୍ନୁ ଚରଣ ପଲେଇ, ସନ୍ଦୀପ କୁମାର ମହାନ୍ତ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।

Comments are closed.