ଗୁଳୁଦିପଶି ଗ୍ରାମରେ କୃଷକ ତାଲିମ ଶିବିର ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ଆଜି କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ପାଟଣା ବ୍ଲକ କୃଷି ବିଭାଗ କୃଷି ସୂଚନା ପରାମର୍ଶ କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ଯୋଜନା ଅନ୍ତର୍ଗତ ଏହି ଶିବିରରେ ଗ୍ରାମର ୩୦ ଜଣ ମହିଳା ଓ ପୁରୁଷ ହିତାଧିକାରୀ ଯୋଗ ଦେଇଥିଲେ। ଏହି ଶିବିରରେ ମୃତ୍ତିକାର ପ୍ରକାର, ଉର୍ବରତା ଓ ଚାଷର ପ୍ରଣାଳୀ ସମ୍ପର୍କରେ ଉପସ୍ଥିତି ହିତାଧିକାରୀଙ୍କୁ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା। ଶିବିରରେ ପାଟଣା ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ ଓ ତୁରୁମୁଙ୍ଗା ସହକାରୀ କୃଷି ଅଧିକାରୀ ବର୍ଷାବୈଶାଳୀ ଉପସ୍ଥିତ ରହି ଚାଷୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ।
Comments are closed.