ହାତୀ ଉପଦ୍ରବରେ ବେସାହାରା ହୃଦାନନ୍ଦଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲା ଓଡ଼ିଶା କୁଡମୀ ସେନା

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଡିକାପଦା ପଞ୍ଚାୟତ ଖଡିକାପଦା ଗ୍ରାମରେ ଗତକାଲି ବଣୁଆ ହାତୀପଲ ଗାଁ ଭିତରେ ପଶି ହୃଦାନନ୍ଦ ମାହାନ୍ତଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହ ହୃଦାନନ୍ଦ ପରିବାରକୁ ବେସାହାରା କରିଦେଇଛନ୍ତି। ଏ ଖବର ପ୍ରଚାରିତ ହେବା ପରେ ଓଡିଶା କୁଡୁମୀ ସେନା ସହାୟତାର ହାତ ବଢାଇଥିବା ଜାଣିବାକୁ ମିଳିଛି। ଓଡିଶା କୁଡୁମୀ ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମାହାନ୍ତ ଓ ରାଜ୍ୟ ଗଣମାଧ୍ୟମ ପ୍ରମୁଖ ତଥା କୋଷାଧ୍ୟକ୍ଷ ଲମ୍ବୋଦର ମାହାନ୍ତଙ୍କ ତତ୍ବାବଧାନରେ ଏକ ଦଳ ଖଡିକାପଦ ଗ୍ରାମର ହୃଦାନନ୍ଦଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢାଇଥିବା ଜାଣିବାକୁ ମିଳିଛି।

prayash

ଓଡିଶା କୁଡୁମୀ ସେନା ତରଫରୁ ପିଡିତ ହୃଦାନନ୍ଦଙ୍କ ପରିବାକୁ ଶୁଖିଲା ଖାଦ୍ୟ ସାମଗ୍ରୀ ତଥା ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଯୋଗାଇବା ସହ ସ୍ଥାନୀୟ ତହସିଲ ବିଭାଗକୁ ଅବଗତ କରାଇ ଘର ଢଙ୍କାଇବା ପାଇଁ ପଲିଥିନ ବ୍ୟବସ୍ଥା ଉପଲବ୍ଧ କରାଇବା ସାହାଯ୍ୟ କରିଥିବା ଜାଣିବାକୁ ମିଳିଛି। ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିନୋଦ ବିହାରୀ ମହାନ୍ତ, ହୃଷିକେଶ ମହାନ୍ତ, ମନୋଜ ମହାନ୍ତ, ରତିରଞ୍ଜନ ମହାନ୍ତ, ଓମପ୍ରକାଶ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଭୟଭୀତ ପରିବାରକୁ ସାନ୍ତ୍ୱନା ଦେଇଥିଲେ।

ଅନ୍ୟପକ୍ଷରେ ପାଟଣା ବନାଞ୍ଚଳ ଅନ୍ତର୍ଗତ ସାହାରପଡ଼ା ବ୍ଲକ ଅଞ୍ଚଳର ପୁରୁଣା ପାଣି ଅଞ୍ଚଳରେ ଡେରା ପକାଇ ଉପଦ୍ରବ ଜାରି ରଖିଥିବା ୨୫ ଘରିଆ ହାତୀପଲରେ ଏକ ବଡ଼ ଦନ୍ତା ଯୋଗ ଦେଇ ଉତ୍ପାତ ଆରମ୍ଭ କରିଛି। ଗତକାଲି ରାତିରେ ଦନ୍ତାଟି ଗୋହିରା ଗ୍ରାମରେ ପଶି ଚକ୍ରଧର ମୁଣ୍ଡାଙ୍କ ଘର କାନ୍ଥ ଭାଙ୍ଗି ଚାଉଳ ଆଦି ଖାଇଯାଇଛି। ସେହି ଗ୍ରାମର ବିଷ୍ଣୁ ମୁଣ୍ଡା, ସାଇବାଣୀ ମୁଣ୍ଡା ଓ ମୀନୁତୋଷ ମହାନ୍ତ ଙ୍କ ଘର ଭାଙ୍ଗି ହାତୀପଲ ଧାନ ଚାଉଳ ଖାଇଥିବା ଜଣା ପଡ଼ିଛି। ଆଦି ଦିନବେଳା ହାତୀପଲ ବଡପଶି ଜଙ୍ଗଲରେ ଡେରା ପକାଇଥିବା ଜଣାପଡିଛି।

kalyan agarbati

Comments are closed.