ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ଗତ ୩ ଦିନ ହେଲାଣି ୨୪ ଟିକିଆ ହାତୀପଲ ଡେରା ପକାଇ ବିଭିନ୍ନ ସ୍ଥାନରେ ଉପଦ୍ରବ ଜାରି ରଖିଛନ୍ତି। ଏହି ହାତୀପଲ କଟାବେଡା, ଅସନବଣି, ଏରେଣ୍ଡେଇ, ବେଗୁନାଖମଣ ଓ ମଙ୍ଗଳପୁର ଆଦି ଗ୍ରାମର ବିଭିନ୍ନ ଚାଷଜମିରେ ପଶି ବ୍ୟାପକ ପରିମାଣର ଧାନ ଫସଲ ଖାଇବା ସହ ମାଡିଦଳି ନଷ୍ଟ କରିଛନ୍ତି। ଗତକାଲି ସୁଦ୍ଧା ହାତୀପଲ ମଙ୍ଗଳପୁର ନିକଟରେ ଥିବା ବେଳେ ଅଞ୍ଚଳ ରୁ ଏହି ହାତୀପଲ ଛାଡି ନଯିବା କାରଣରୁ ଚାଷୀ ମଧ୍ୟରେ ଭାଳେଣୀ ପଡ଼ିଯାଇଛି। ଅନ୍ୟ ପକ୍ଷରେ ହାତୀପଲ ନିକଟକୁ ନଯିବା ଓ ଟେକାପଥର ମାଡ଼ ନକରିବା ପାଇଁ ବନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଅବଗତ କରାଯାଉଛି। ତେବେ ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଏହି ହାତୀପଲ ଉପରେ ନଜର ରଖାଯାଇଥିବା ବନ ବିଭାଗ ସୂଚନା ଦେଇଛି।
Popular Categories



