ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥର ବଡ ଧନୁର୍ଜୟପୁର ନିକଟରେ ରବିବାର ରାତି ପାଖାପାଖି ୧୦ଟା ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଖୁଣ୍ଟିରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହେବା ସହ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ଦୁଇ ଜଣ ଘଟଗାଁ ଥାନା ସାନ୍ତରାପୁର ଗ୍ରାମର ହୃଷିକେଶ ମହାନ୍ତଙ୍କ ପୁଅ ଦିବ୍ୟଲୋଚନ ମହାନ୍ତ ଓ ଶ୍ରୀକାନ୍ତ ମହାନ୍ତଙ୍କ ପୁଅ ଦିବ୍ୟଲୋଚନ ମହାନ୍ତ, ଉଭୟ ଦୁଇ ସଙ୍ଗାତ ବୋଲି ଜଣାପଡିଛି। ଖବର ପାଇ ପାଟଣା ଅଗ୍ନିଶମ ବିଭାଗ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
Popular Categories



