ଚେନ୍ନାଇ: ଋଣ ନେବା ପାଇଁ ବ୍ୟାଙ୍କ କିମ୍ବା ଋଣ ପ୍ରଦାନକାରୀ ସଂସ୍ଥା ନିକଟରେ ପାସ୍ପୋର୍ଟ ଦାଖଲ ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ଏଥିପାଇଁ ପାସପୋର୍ଟ ନିୟମରେ ଆବଶ୍ୟକ ସଂଶୋଧନ କରିବା ଲାଗି ମାଡ୍ରାସ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ଋଣ ନେବା ପାଇଁ ବନ୍ଧକ ଭାବରେ ପାସପୋର୍ଟ ଦାଖଲ ପ୍ରକ୍ରିୟା ଆରମ୍ଭ ହେଲେ ଖିଲାପୀମାନେ ଆଉ ଦେଶ ଛାଡ଼ି ଯାଇପାରିବେ ନାହିଁ। ସେହିପରି ପାସପୋର୍ଟ ନବୀକରଣ ବେଳେ ମଧ୍ୟ ଋଣ ପ୍ରଦାନ କରିଥିବା ବ୍ୟାଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ। ଜଣେ ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ ହୋଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମାମଲାରେ ଆଗତ ଶୁଣାଣି ବେଳେ ମାଡ୍ରାସ ହାଇକୋର୍ଟ ଉପରୋକ୍ତ ପ୍ରସ୍ତାବ ଦେଇଛନ୍ତି। ଅଚାନକ ତନ୍ଖି ବେଳେ ଜଣେ ଅଙ୍ଗନାୱାଡ଼ି କର୍ମୀ ଅନୁପସ୍ଥିତ ଥିବା ଜଣାପଡ଼ିଥିଲା। ତାଙ୍କ ଅନୁପସ୍ଥିତି ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇଥିଲେ। ତଦନ୍ତ ବେଳେ ଜଣାପଡ଼ିଲା ଯେ ଅଙ୍ଗନୱାଡ଼ି କର୍ମୀ ଜଣକ କାହାକୁ ନ ଜଣାଇ ତାଙ୍କ ସମ୍ପର୍କୀୟଙ୍କ ପାସପୋର୍ଟରେ ସିଙ୍ଗାପୁର ଚାଲି ଯାଇଥିଲେ।
ଋଣ ପାଇଁ ପାସପୋର୍ଟ ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
Popular Categories



