www.samajalive.in
Sunday, December 7, 2025
14.1 C
Bhubaneswar

ମାଓବାଦୀ ସାଜି ଜେଲ ଗଲେ ଶିକ୍ଷକ!

ପାରଳାଖେମୁଣ୍ଡି: ତଦନ୍ତରେ ତ୍ରୁଟି ହେଉ କି ଅନ୍ୟ କୌଣସି କାରଣ ପାଇଁ ଜଣେ ଶିକ୍ଷକଙ୍କୁ ମାଓ ସମ୍ପୃକ୍ତି ଅଭିଯୋଗରେ ଜେଲ ଯିବାକୁ ପଡ଼ିଛି। ଗିରଫ ଶିକ୍ଷକଙ୍କ ଆଇନଜୀବୀଙ୍କ ଅଭିଯୋଗ ମୁତାବକ ୨୦୧୩ ମସିହାରେ ଆତ୍ମସମର୍ପଣ କରିଥିବା ଜଣେ ମାଓବାଦୀ ଓ ନିକଟରେ ଗିରଫ ହୋଇଥିବା ଶିକ୍ଷକଙ୍କ ନାମ ଏକା ରହିଥିବା କାରଣରୁ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଉଭୟଙ୍କ ବାପାଙ୍କ ନାମ ଭିନ୍ନ ଥିବା ସତ୍ତ୍ବେ ପୁଲିସ ଏହାକୁ ଠିକ୍‌ ଭାବେ ଯାଞ୍ଚ ନ କରି ଶିକ୍ଷକଙ୍କୁ ଗିରଫ କରିଛି ବୋଲି ଆଇନଜୀବୀ ସ୍ବରୂପ କୁମାର ପାଳ ଅଭିଯୋଗ କରିଛନ୍ତି।
ନିକଟରେ ଗଜପତି ଜିଲାର ଏକ ଖବର ଗଣମାଧ୍ୟମର ଶିରୋନାମା ପାଲଟିଥିଲା। ଜାମିନବିହୀନ ଗିରଫ ପରୱାନା ବଳରେ ଅଡ଼ବା ଥାନା ପୁଲିସ ନୂଆ ଖଜୁରିପଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରତାପ ନାୟକଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା। ନିର୍ଦୋଷ ହୋଇଥିବା ସତ୍ତ୍ବେ ମାଓ ସମ୍ପୃକ୍ତି ସହ ମାଓ ହିଂସାରେ ଜଡ଼ିତ ଥିବା ଅଭିଯୋଗର ଉକ୍ତ ଶିକ୍ଷକଙ୍କୁ ପୁଲିସ ଗିରଫ କରିଥିଲା। ଶିକ୍ଷକଙ୍କ ଏହି ଗିରଫଦାରୀ ବର୍ତ୍ତମାନ ଜିଲାରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
ଜାମିନବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରିବାକୁ ଯାଇ ପୁଲିସ ଯେତେବେଳେ ଶିକ୍ଷକଙ୍କୁ ଗିରଫ କରିଲା ସେହି ସମୟରେ ଶିକ୍ଷକଙ୍କ ପରିଚୟ ସମ୍ପର୍କରେ ପୁଲିସ ଯାଞ୍ଚ କରିନଥିଲା ବୋଲି ଶିକ୍ଷକଙ୍କ ଓକିଲ ସ୍ବରୂପ କୁମାର ପାଳ ଗୁରୁତର ଅଭିଯୋଗ କରିଛନ୍ତି। ଅଡ଼ବା ଥାନା ଅଞ୍ଚଳରେ ୨୦୧୧ ଓ ୨୦୧୩ ମସିହାରେ ମାଓବାଦୀଙ୍କ ଦ୍ବାରା ଘଟିଥିବା ୨ଟି ହିଂସାରେ ଶିକ୍ଷକଜଣକ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଅଡ଼ବା ଥାନାରେ ମାମଲା ରୁଜୁ ହୋଇଥିଲା। ଗିରଫ ହେବା ପରେ ଗଜପତି ଜିଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଗଣମାଧ୍ୟମରେ ଯେଉଁ ବ୍ୟକ୍ତିଙ୍କ ନାମ ନେଇଥିଲେ ସେହି ବ୍ୟକ୍ତି ଜଣକ ଆତ୍ମସମର୍ପଣକାରୀ ମାଓବାଦୀ। ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ୨୦୧୩ ଅଗଷ୍ଟ ୫ରେ ଗଜପତି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ତତ୍କାଳୀନ ଗଜପତି ଏସପି ଚରଣସିଂ ମୀନା, ବ୍ରହ୍ମପୁର ଏସପି ଆଶିଷ ସିଂ ଓ ଦକ୍ଷିଣାଞ୍ଚଳ ଡିଆଇଜି ଅମିତାଭ ଠାକୁରଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ବାପାଙ୍କ ନାମ ରିକାର୍ଡ ନାୟକ ହୋଇଥିବା ବେଳେ ନିକଟରେ ଗିରଫ ହୋଇଥିବା ଶିକ୍ଷକଙ୍କ ବାପାଙ୍କ ନାମ ସାରୁ ନାୟକ ରହିଛି। ସେହିପରି ଆତ୍ମସମର୍ପଣ କରିଥିବା ବ୍ୟକ୍ତି ୨୦୧୩ ବେଳକୁ ୨୨ବର୍ଷ ହୋଇଥିବା ସେତେବେଳେ ପୁଲିସ କହିଥିଲା। କିନ୍ତୁ ବର୍ତ୍ତମାନ ଗିରଫ ହୋଇଥିବା ଶିକ୍ଷକଙ୍କ ବୟସ ୨୦୧୩ ମସିହା ବେଳେ ୩୫ ବର୍ଷ ହୋଇଥିଲା। ଯାହାକି ତାଙ୍କ ଆଧାର କାର୍ଡ଼ରୁ ଜଣାପଡ଼ିଛି। ସେ ୨୦୦୮ ମସିହାରୁ ଗଣଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେହିପରି ବର୍ତ୍ତମାନ ପୁଲିସ ତାଙ୍କୁ ଗିରଫ କରିବା ସମୟରେ ୨୦୧୧ ରୁ ୨୦୧୩ ମଧ୍ୟରେ ବିଭିନ୍ନ ହିଂସାରେ ସେ ସମ୍ପୃକ୍ତ ଥିବା ମାମଲା ଅଭିଯୋଗ ପରିପ୍ରେକ୍ଷୀରେ ଶିକ୍ଷକଙ୍କ କାର୍ଯ୍ୟକଳାପ ଉପରେ ଶିକ୍ଷା ବିଭାଗକୁ ପୁଲିସ ପଚାରି ନଥିବା ଅଭିଯୋଗ ହୋଇଛି। ସାଧାରଣତଃ ସରକାରୀ କର୍ମଚାରୀଙ୍କ ବିରୋଧରେ କୌଣସି ମାମଲା ରୁଜୁ ହେଲେ ସମ୍ପୃକ୍ତ ବିଭାଗକୁ ମଧ୍ୟ ପୁଲିସ ଯୋଗାଯୋଗ କରିଥାଏ। ତେବେ କେଉଁଠି ନା କେଉଁଠି ତଦନ୍ତ ଓ ଗିରଫ ପ୍ରକ୍ରିୟାରେ ତ୍ରୁଟି ରହିଥିବା ଶିକ୍ଷକଙ୍କ ଆଇନଜୀବୀ କହିଛନ୍ତି। ଘଟଣାକୁ ନେଇ ଆର୍.ଉଦୟଗିରି ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ କୁମାର ତ୍ରିପାଠୀଙ୍କୁ ଯୋଗାଯୋଗ କରିବାରୁ ସେ ତଦନ୍ତ କରି କହିବି ବୋଲି ଉତ୍ତର ରଖିଛନ୍ତି।

ଅଗଷ୍ଟ ୩୦କୁ ଅପେକ୍ଷା.. ଏହି ୪ ରାଶିଙ୍କ ପାଇଁ ବଡ ଖୁସି ନେଇ ଆସୁଛି ବୁଦ୍ଧାଦିତ୍ୟ ରାଜଯୋଗ; ଜବରଦସ୍ତ ହେବ ଧନ ବର୍ଷା..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories