www.samajalive.in
Tuesday, December 9, 2025
15.1 C
Bhubaneswar

ବିବାଦୀୟ ଫିଲ୍ମ ପୋଷ୍ଟର : ମୁହଁ ଖୋଲିଲେ ପପୁ ’ନାରୀ ଜାତି ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି’

ଭୁବନେଶ୍ବର : ବିବାଦୀୟ ଫିଲ୍ମ ପୋଷ୍ଟର ସମ୍ପର୍କରେ ଶେଷରେ ମୁହଁ ଖୋଲିଛନ୍ତି ଅଭିନେତା ଓ ନିର୍ଦେଶକ ତତ୍ତ୍ବ ପ୍ରକାଶ ଶତପଥୀ ଓରଫ ପପୁ ପମ୍‌ ପମ୍‌ । ନାରୀ ବା ମହିଳାଙ୍କୁ ଅସମ୍ମାନ କରିବା ନେଇ ତାଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ହୋଇଛି ସେ ନେଇ ପପୁ କହିଛନ୍ତି, ଯେ ମୋର ନାରୀମାନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି । ମୋର ମଧ୍ୟ ମାଆ ଅଛନ୍ତି, ଭଉଣୀ ଅଛନ୍ତି। ମୁଁ ହେଉଛି ଫିଲ୍ମର ଜଣେ ଅଭିନେତା। ସିନେମାର ପ୍ରଚାର ପ୍ରସାର ପାଇଁ ପୋଷ୍ଟର ତିଆରି ହୁଏ। ପ୍ରଯୋଜକଙ୍କୁ ପଚାରିଲା ପରେ ମୁଁ ଜାଣିଲି ଯେ, ପ୍ରଯୋଜନା ସଂସ୍ଥା ଏହି ପୋଷ୍ଟର କରି ନାହିଁ । ଏହି ପୋଷ୍ଟର ଅନ୍ୟ କିଏ କରିଛି । ଏଥିପାଇଁ ମୁଁ ଦାୟୀ ନୁହେଁ । ମୋ ଉପରେ ସବୁ ଦୋଷ ଲଦି ଦିଆ ନ ଯାଉ । ମୁଁ ସବୁବେଳେ ଭଲ କଥା ପାଇଁ ଚେଷ୍ଟା କରିଥାଏ। ଜଣେ ଅଭିନେତା ଭାବେ ମୁଁ ମନୋରଞ୍ଜନ ପାଇଁ ଚେଷ୍ଟା କରେ। ଏ ପୋଷ୍ଟର କରିବା ମୋର ଚିନ୍ତାଧାରା  ନୁହେଁ । ସେଥିରେ ଯାହା ବି ହୋଇଛି ସେଥିପାଇଁ ମୁଁ କଦାପି ଦାୟୀ ନୁହେଁ ବୋଲି ପପୁ କହିଛନ୍ତି।

ସୂଚନାଯୋଗ୍ୟ ପପୁଙ୍କ ଆଗାମୀ ଫିଲ୍ମ ’ମିଷ୍ଟର କହ୍ନେୟା’ର ଏକ ପୋଷ୍ଟରରେ ୭ଜଣ ଝିଅ ଆଣ୍ଠେଇଛନ୍ତି । ମୁଁ ତାଙ୍କ ବେକରେ ଦଉଡି ପକାଇ ଠିଆ ହୋଇଛି । କିନ୍ତୁ ଏହା ପ୍ରକୃତରେ ଠିକ୍ ନୁହେଁ। ଏ ନେଇ ମୋ ନାଁରେ ଏଫଆଇଆର ଦିଆଯାଇଛି। ସୋସିଆଲ ମିଡିଆରେ ଏହି ପୋଷ୍ଟର ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ଏହାର ନିନ୍ଦା କରାଯାଇଥିଲା। ଏପରିକି ଭୁବନେଶ୍ବର ମହିଳା ଥାନାରେ ପପୁଙ୍କ ବିରୋଧରେ ସାମାଜିକ କର୍ମୀ ଲିଙ୍କନ ସୁବୁଧି ଏକ ମାମଲା ଦାୟର କରିଥିଲେ। ବିଭିନ୍ନ ସ୍ଥାନରେ ମହିଳା ସଂଗଠନ ପକ୍ଷରୁ ବିକ୍ଷେଭ ପ୍ରଦର୍ଶନ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories