ଯୁବ ପିଢ଼ି ପାଇଁ ଉଦାହରଣ ପ୍ରଦୀପ, ଅଙ୍ଗଦାନ କରିବାକୁ ନେଲେ ନିଷ୍ପତି

ପାପଡାହାଣ୍ଡି: ନିଜ ଶରୀର ଦାନ କରିବାକୁ ଘୋଷଣା କରିଛନ୍ତି ପ୍ରଦୀପ ବିଷୋୟୀ। ମୃତ୍ୟୁ ପରେ ତାଙ୍କର ଯେ କୌଣସି ଅଙ୍ଗକୁ ଅନ୍ୟ ଜଣଙ୍କ ଠାରେ ପ୍ରତିରୋପଣ କରିବା ପାଇଁ କହିଛନ୍ତି। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଗବେଷଣା ଓ ଅନ୍ୟକୁ ସାହାଯ୍ୟ ଉଦ୍ଦେଶ୍ୟରେ ପ୍ରଦୀପ ଏଭଳି ନିଷ୍ପତ୍ତି ନେଇଛନ୍ତି।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ଗ୍ରାମପଞ୍ଚାୟତ ସଦର ମହକୁମାରେ ପ୍ରଦୀପଙ୍କ ଘର। ଅନଲାଇନ ମାଧ୍ୟମରେ ବଡି ଆଣ୍ଡ ଅର୍ଗାନ ଡୋନର ସୋସାଇଟି ଅଫ ଇଣ୍ଡିଆରେ ପଞ୍ଜିକରଣ କରିଛନ୍ତି। ତାଙ୍କ କହିବା କଥା ହେଲା କି ମୃତ୍ୟୁ ପରେ ଶବକୁ ପୋଡି ଦିଆଯାଉଛି। ପାଉଁଶ ହେବା ପରେ ଶରୀର ଅଙ୍ଗ ଲୋକଙ୍କ କାମରେ ଆସୁନାହିଁ। ଆଜିକାଲି ଜୀବିତ ମଣିଷ ଲାଗି ଶରୀରର ବିଭିନ୍ନ ଅଙ୍ଗ ପ୍ରତିରୋପଣ କରିହେବ। ଚିକିତ୍ସା ବିଜ୍ଞାନ ମଧ୍ୟ ଉନ୍ନତ ହୋଇଛି। ତେଣୁ ମୃତ୍ୟୁ ପରେ ତାଙ୍କର ଅଙ୍ଗ ଅନ୍ୟଙ୍କ କାମରେ ଆସିବା ଲାଗି ସେ ଇଛା ପ୍ରକାଶ କରିଛନ୍ତି। ସମାଜରେ ଅନେକ ଲୋକ ବିଭିନ୍ନ ସମୟରେ ଅଙ୍ଗ ହରେଇ ମୃତ୍ୟୁ ବରଣ କରନ୍ତି। ଜଣେ ଭୁତନୀ ନାମୀ ବନ୍ଧୁଙ୍କ ସ୍ମୃତିରେ ଓ ଲେଖକ ସବ୍ୟସାଚୀ ବିଷୋୟୀଙ୍କ ପ୍ରେରଣାରେ ସେ ଅଙ୍ଗଦାନ କରିଥିବା ସ୍ବୀକାର କରନ୍ତି। ପୁଅର ଏପରି ଉଦ୍ୟେଶ ଦେଖିବା ପରେ ବାପା ମାୟାଧର ବିଷୋୟୀ, ମା ଲକ୍ଷ୍ମୀ ବିଷୋୟୀ ଖୁସିବ୍ୟକ୍ତ କରିଛନ୍ତି।ପ୍ରଦୀପ ଏପରି କାର୍ଯ୍ୟକୁ ସମାଜରେ ଏକ ଉଦାହରଣ ସୃଷ୍ଟି କରିବା ସହ ଅନ୍ୟକୁ ପ୍ରେରିତ କରିବ।

Comments are closed.