www.samajalive.in
Tuesday, December 9, 2025
17.1 C
Bhubaneswar

ଗୁପଚୁପ ବିକାଳିଙ୍କୁ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ, ସ୍ୱାଧୀନତା ଦିବସ ଉତ୍ସବରେ ଯୋଗଦେବେ

ଡେସ୍କ: ୭୮ତମ ସ୍ୱାଧୀନତା ଦିବସ ପୂର୍ବରୁ ଜଣେ ୫୦ ବର୍ଷୀୟ ଗୁପଚୁପ ବିକ୍ରେତାଙ୍କୁ ଅଗଷ୍ଟ ୧୫ ତାରିଖରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଆଟ୍ ହୋମ୍ ନିମନ୍ତ୍ରଣ ମିଳିଥିଲା। ସେ ହେଉଛନ୍ତି ମେଘବର୍ତ୍ତ ଚିରଞ୍ଜୀବୀ। ସୋମବାର ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।

କିଛି ସପ୍ତାହ ତଳେ ଯେତେବେଳେ ଚିରଞ୍ଜୀବୀଙ୍କୁ ଡକାଯାଇଥିଲା, ସେତେବେଳେ ସେ ଏହା ଏକ ମଜାଳିଆ କଲ୍ ବୋଲି ଭାବିଥିଲେ, ତେଣୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଛନ୍ତି, ଅଗଷ୍ଟ ୧ ତାରିଖରେ ଡାକ ବିଭାଗର ଅଧିକାରୀମାନେ ବ୍ୟକ୍ତିଗତ ଭାବେ ତାଙ୍କୁ ନିମନ୍ତ୍ରଣ ଦେବା ପରେ ସେ ସବୁଠାରୁ ଅଧିକ ସମ୍ମାନିତ ଅନୁଭବ କରିଥିଲେ। ମୁଁ ପ୍ରଥମେ ନର୍ଭସ୍ ଥିଲି, କାରଣ ମୁଁ ପ୍ରୋଟୋକଲ୍ ବିଷୟରେ ଜାଣିନଥିଲି ଏବଂ ସେଠାରେ ଭାଷା ଏବଂ ରୀତିନୀତି ବିଷୟରେ ବହୁତ କମ୍ ଜାଣିଥିଲି। କିନ୍ତୁ ମୋ ପତ୍ନୀ ଏବଂ ପରିବାର ଲୋକେ ମୋତେ ଶାନ୍ତ କରିଥିଲେ ବୋଲି ସେ ନମ୍ରତାର ସହ କୁହନ୍ତି।

- Advertisement -

ଗତ ୧୫ ବର୍ଷ ଧରି ଚିରଞ୍ଜୀବୀ ତେନାଲିରେ ଗୁପଚୁପ ଦୋକାନ ଚଳାଉଛନ୍ତି ଏବଂ ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ୧୦ ହଜାର, ୨୦ହଜାର ଏବଂ ୫୦ ହଜାର ଟଙ୍କା ଋଣ ନେଇଥିଲେ । ତେବେ ସେ ତୁରନ୍ତ ତାଙ୍କର ସମସ୍ତ ଋଣ ପରିଶୋଧ କରିବା ସହ ଡିଜିଟାଲ ପେମେଣ୍ଟକୁ ମଧ୍ୟ ପ୍ରୋତ୍ସାହିତ କରିଥିଲେ।

ମୁଖ୍ୟତଃ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ଏଭଳି ନିମନ୍ତ୍ରଣ ପତ୍ର ପଠାଯାଉଛି, କିନ୍ତୁ ଡାକ୍ତର, କୃଷିବିତ୍, ଶିକ୍ଷକ, ଶକ୍ତି ସଂରକ୍ଷକ, ଆୟୁଷ ଚିକିତ୍ସକ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱନିଧି, ବିଶ୍ୱକର୍ମା ଓ ଉଜ୍ଜ୍ୱଳା ଯୋଜନା ଭଳି ସରକାରୀ ଯୋଜନାର ହିତାଧିକାରୀଙ୍କ ସମେତ ସାଧାରଣ ନାଗରିକଙ୍କ ପାଇଁ ଏହା ପ୍ରଥମ। ଚିରଞ୍ଜୀବୀ ଆହୁରି କହିଛନ୍ତି, “ମୁଁ ବିଶ୍ୱାସ କରିପାରୁନାହିଁ ଯେ ମୁଁ ବ୍ୟକ୍ତିଗତ ଭାବେ ସ୍ୱାଧୀନତା ଦିବସ ଉତ୍ସବରେ ଯୋଗ ଦେବି, ଯାହା ମୁଁ କେବଳ ରେଡିଓ କମେଣ୍ଟ୍ରି ଏବଂ ଟିଭି ମାଧ୍ୟମରେ ଅନୁଭବ କରିଛି। ଜୀବନରେ ଥରେ ଏହି ସୁଯୋଗ ମିଳିଥିବାରୁ ସେ ରାଷ୍ଟ୍ରପତି ଓ ରାଷ୍ଟ୍ରପତି ଭବନକୁ ଅତ୍ୟନ୍ତ ଧନ୍ୟବାଦ ଜଣାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories