ନୂଆ ପାନ୍‌ କାର୍ଡ ଆବେଦନ ନାଁରେ ଠକେଇ; କରନ୍ତୁ ନାହିଁ ଏହି ଭୁଲ୍‌, ଆକାଉଣ୍ଟ ହୋଇଯିବ ଖାଲି..

ନୂଆଦିଲ୍ଲୀ : ପାନ୍‌ କାର୍ଡ ୨.୦ର ଘୋଷଣା ହେବା ପରେ ଅନେକ ଲୋକେ ନୂଆ ପାନ୍‌ କାର୍ଡ ପାଇବା ପାଇଁ ଆବେଦନ କରିବା ଆରମ୍ଭ କରିଛନ୍ତି । ସେହିପରି ସାଇବର ଠକ ମଧ୍ୟ ଠକେଇ କରିବା ଆରମ୍ଭ କରିଛନ୍ତି । ସାଇବର ଠକ ଲୋକଙ୍କୁ ଫସାଇବା ପାଇଁ ପାନ୍‌ ୨.୦ର ବ୍ୟବହାର କରି ପାରନ୍ତି । ଏହାଦ୍ୱାରା ଲୋକେ ନିଜର ଜମା ରାଶିକୁ ହାତଛଡା କରିବାର ସମ୍ଭାବନା ରହିଛି । ଠକେଇ ପାଇଁ ଏମାନେ ନକଲି ୱେବସାଇଟ୍‌ର ସାହାରା ନେଇ ପାରନ୍ତି । ଏହି ଲିଙ୍କ ମାଧ୍ୟମରେ ସାଇବର ଠକ ଏସଏମଏସ ଓ ଅନ୍ୟ ମାଧ୍ୟମରେ ସର୍ବସାଧାରଣଙ୍କ ନିକଟରେ ପହଞ୍ଚି ପାରିବେ ।

ପୁଲିସ ଲୋକଙ୍କୁ ସଚେତନ କରିବା ସହ ସେଭଳି କୌଣସି ଲିଙ୍କ୍‌କୁ କ୍ଲିକ୍‌ କରିବାକୁ ବାରଣ କରିଛି । ସାବଧାନ ମଧ୍ୟ କରିଛି । ସାଇବର ଠକ ଲିଙ୍କ୍‌କୁ କ୍ଲିକ୍‌ କରି ପାନ୍‌ କାର୍ଡ ଆବେଦନ କରିବା ପାଇଁ କହିଥାନ୍ତି ।

୨୦୨୫ରେ ଏହି ରାଶିଙ୍କ ଭୂମି, ଯାନ, ଘର କିଣିବାର ସ୍ୱପ୍ନ ହେବ ପୂରଣ : ଶୁକ୍ର କରିବେ ଭାଗ୍ୟଶାଳୀ..

ଏହାଦ୍ୱାରା ନକଲି କଲ୍‌ କରି ଲୋକଙ୍କୁ ଫସାଇ ଥାନ୍ତି । ସାଇବର ଠକ ଆୟକର କିମ୍ବା ବ୍ୟାଙ୍କ ଅଧିକାରୀ ବୋଲି ନିଜର ପରିଚୟ ଦେଇ ଠକେଇ କରନ୍ତି । ଫୋନ୍‌ କରି ପୁରୁଣା ପାନ୍‌ କାର୍ଡ ବନ୍ଦ ହୋଇ ଯାଇଛି ବୋଲି ପ୍ରଥମେ କହିବା ସହ ନକଲି ଲିଙ୍କ୍‌ ପଠାଇ ଏହାକୁ କ୍ଲିକ୍‌ କରିବାକୁ କହିଥାନ୍ତି । ଆପ୍‌ ଡାଉନଲୋଡ କରିବାକୁ କୁହନ୍ତି । ତେଣୁ ଏଭଳି ଭୁଲ୍‌ ଆଦୌ ନକରିବାକୁ ପରାମର୍ଶ ଦିଆଯାଇଛି ।

prayash

ମାର୍ଗଶୀର ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ଗୋଟିଏ କାମ ହେଲେ ବର୍ଷଯାକ ହେବ ଧନବର୍ଷା..

ପାନ୍‌ ୨.୦ ନାଁରେ ହେଉଥିବା ଠକେଇରୁ ବଞ୍ଚିବା ପାଇଁ କୌଣସି ଅଜଣା ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ ନାହିଁ । ନିଜର ପାନ୍‌ କାର୍ଡ ତଥ୍ୟ ମଧ୍ୟ ପ୍ରଦାନ କରନ୍ତୁ ନାହିଁ ।

ପାନ୍‌ କାର୍ଡ ପାଇଁ ଆସୁଥିବା ଯେକୌସି ଫୋନ୍‌ କଲ୍‌ରେ କୌଣସି ତଥ୍ୟ ପ୍ରଦାନ ନକରିବା ସହ ଏଥିପାଇଁ ଟଙ୍କା ମଧ୍ୟ ଦିଅନ୍ତୁ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଦେଖନ୍ତୁ ଭିଡିଓ ; ଘରେ ପହଞ୍ଚିବା ପରେ ଅଲ୍ଲୁଙ୍କ ପତ୍ନୀ ଓ ମାଆ ଏମିତି କଲେ..

kalyan agarbati

Comments are closed.