www.samajalive.in
Sunday, December 7, 2025
13.1 C
Bhubaneswar

ପାକିସ୍ତାନରେ ଟ୍ରେନ ଅପହରଣ: ମୁକୁଳିଲେ ୧୦୪ ପଣବନ୍ଦୀ, ୧୬ ଆତଙ୍କୀ ନିହତ

ଇସଲାମାବାଦ : ପାକିସ୍ତାନୀ ସେନାର ଜୋରଦାର ଅପରେସନ୍। ଟ୍ରେନ୍ ହାଇଜାକ୍ କରିଥିବା ୧୬ ଆତଙ୍କବାଦୀ ନିହତ ହୋଇଥିବାବେଳେ ୧୦୪ ପଣବନ୍ଦୀଙ୍କୁ ମୁକୁଳା ଯାଇଥିବା ସୂଚନା ମିଳିଛି। ତେବେ ମୁକୁଳିଥିବା ପଣବନ୍ଦୀଙ୍କ ମଧ୍ୟରୁ ୩୧ ଜଣ ମହିଳା ଏବଂ ୧୫ ଜଣ ଶିଶୁ ଥିବା ଜଣାପଡିଛି। ସାରା ରାତି ବେଲୁଚି ଲିବରେସନ୍ ଆର୍ମି ସହ ପାକିସ୍ତାନୀ ସେନାର ଗୁଳି ବିନିମୟ ହୋଇଛି। ଗୁଳି ବିନିମୟରେ ୧୭ ଜଣ ଯାତ୍ରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ସକ୍ରିୟ ଥିବା ବିଏଲଏ  ଆତଙ୍କବାଦୀମାନେ ଏକ ଟ୍ରେନ୍‌କୁ ଅପହରଣ କରିଥିଲେ। ଟ୍ରେନଟି କ୍ଵେଟାରୁ ପେଶାଓ୍ବର ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ଅପହରଣ ପରେ ​‌କ୍ଵେଟା-ପେଶାୱର ରୁଟ୍‌ରେ ସମସ୍ତ ଟ୍ରେନ୍‌ର ଚଳାଚଳକୁ ବାତିଲ କରାଯାଇଛି। ସବୁ ଆତଙ୍କବାଦୀଙ୍କୁ ନିପାତ କରି ସୁରକ୍ଷିତ ଭାବେ ସମସ୍ତ ପଣବନ୍ଦୀଙ୍କୁ ଉଦ୍ଧାର କରିବା ପର୍ଯ୍ୟନ୍ତ ସେନା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପାକ୍‌ ସରକାରଙ୍କ ପକ୍ଷରୁ କୁହାଯାଉଛି। ପାକିସ୍ତାନର ବିଭିନ୍ନ ଜେଲରେ ବନ୍ଦୀଥିବା ବାଲୋଚ କଏଦୀଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ବିଏଲ୍‌ଏ ପକ୍ଷରୁ ଦାବି କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories