www.samajalive.in
Sunday, December 7, 2025
26.1 C
Bhubaneswar

ଟ୍ରମ୍ପଙ୍କ ବଡ଼ ଖୁଲାସା: ପରମାଣୁ ପରୀକ୍ଷଣ କରୁଛି ପାକିସ୍ତାନ

ସମାଜଲାଇଭ ଡେସ୍କ: ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି। ଏଭଳି ଖୁଲାସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। CBS ନ୍ୟୁଜକୁ ଏକ ସାକ୍ଷାତକାର ଦେବା ସମୟରେ ଟ୍ରମ୍ପ ଏହି ଦାବି କରିଛନ୍ତି।

ଟ୍ରମ୍ପ କହିଛନ୍ତି ଯେ, ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି। ଉତ୍ତର କୋରିଆ ଓ ରୁଷ ମଧ୍ୟ ପରମାଣୁ ପରୀକ୍ଷଣ କରୁଛି। ଅନ୍ୟ ଦେଶମାନେ ପରମାଣୁ ପରୀକ୍ଷା କରିବା ପରେ ଆମେରିକା ମଧ୍ୟ ପରୀକ୍ଷଣ ଆରମ୍ଭ କରିଛି। ଟ୍ରମ୍ପ ଏହି ସାକ୍ଷାତକାରରେ କହିଥିଲେ ଯେ ବିଶ୍ୱର ଅନେକ ଦେଶ ଗୋପନୀୟତା ରଖି ପରମାଣୁ ବୋମା ପରୀକ୍ଷଣ କରୁଛନ୍ତି। ପାକିସ୍ତାନ, ଉତ୍ତର କୋରିଆ, ରୁଷ ଏବଂ ଚୀନ୍ ପରୀକ୍ଷଣ କରୁଛନ୍ତି, କିନ୍ତୁ ପ୍ରକାଶ କରୁ ନାହ।ନ୍ତି । ମାତ୍ର ଆମେ ଭିନ୍ନ। ଆମେ ପରୀକ୍ଷଣ କରିବା ଆଗରୁ ସମସ୍ତଙ୍କୁ ଜଣାଉଛୁ। ପରମାଣୁ ପରୀକ୍ଷା କରୁଥିବା ଦେଶ ମାଟି ତଳେ ପରୀକ୍ଷଣ କରୁଛନ୍ତି। ସେଥିପାଇଁ ପରୀକ୍ଷଣ ସମ୍ପର୍କରେ କେହି ଜାଣିପାରୁ ନାହାନ୍ତି। ପ୍ରକୃତରେ କ’ଣ ଘଟୁଛି ତାହା ବାହାରକୁ ଜଣାପଡ଼ୁନାହିଁ। କେବଳ ସାମାନ୍ୟ ଭୂମିକମ୍ପ ଅନୁଭବ ହେଉଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories