www.samajalive.in
Sunday, December 7, 2025
14.1 C
Bhubaneswar

ପାକିସ୍ତାନ ପାଇଁ ଭାରତ ସହ ସମ୍ପର୍କ ନଷ୍ଟ କରିବନି ତାଲିବାନ, ଇମ୍ରାନଙ୍କୁ ଦେଲେ ଜବାବ

ନୂଆଦିଲ୍ଲୀ: ଭାରତ ସହ ସମ୍ପର୍କ ତିକ୍ତତା କରିବ ନାହିଁ ତାଲିବାନ । ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟେସୁଫଙ୍କୁ ଏନେଇ ଏକ ବାର୍ତ୍ତା ଦେଇଛି ତାଲିବାନ । ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିଛି । ଆଫଗାନିସ୍ତାନକୁ ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଗସ୍ତ ସମୟରେ ଏମତି କହିଛି ତାଲିବାନ । ତାଲିବାନ ପାକିସ୍ତାନକୁ କହିଛି ଯେ, ଭାରତ ସମେତ ଅନ୍ୟ କିଛି ଦେଶ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି ତାଲିବାନ । ଗୋଟିଏ ଦେଶର ଅନୁରୋଧ କ୍ରମେ ଅନ୍ୟ ଦେଶ ସହ ସମ୍ପର୍କକୁ ତାଲିବାନ ନଷ୍ଟ କରିବ ନାହିଁ ।

ପୂର୍ବରୁ ପାକିସ୍ତାନ ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଥିଲା । ଆଫଗାନିସ୍ତାନ ଗସ୍ତ ପୂର୍ବରୁ ପାକିସ୍ତାନରେ ଟିଟିପି ପ୍ରଚାର ପାଇଁ କିଛି ଅଭିଯୋଗ ଆଣିଥିବା ନଜିର ଆସିଥିଲା । ଏନେଇ ତାଲିବାନ ସରକାରଙ୍କ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ ତାଙ୍କର ପ୍ରତିକିୟା ରଖିଛନ୍ତି । ସେ କହିଛନ୍ତି ଉଭୟ ପାକିସ୍ତାନ ଏବଂ ଭାରତ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛନ୍ତି। ପଡୋଶୀ ଦେଶ ସହ ସମ୍ପର୍କ ସୁଦୃଢ଼ କରିବାକୁ ଚାହୁଁଛି ତାଲିବାନ । ଖାଲି ସେତିକି ନୁହେଁ ମୁଜାହିଦ୍ ଆହୁରି ମଧ୍ୟ କହିଛନ୍ତି ପାକିସ୍ତାନ ଅନ୍ୟ ଦେଶ ମାନଙ୍କ ସହ ଭଲ ସମ୍ପର୍କ ରଖିବାକୁ ଅନୁରୋଧ କରିଛୁ । ତାଲିବାନ ଆଫଗାନିସ୍ତାନରେ ସରକାର ଗଢ଼ିବା ପରେ ବି ଆଫଗାନିସ୍ତାନବାସୀଙ୍କୁ ଭାରତ ତାର ସମସ୍ତ ସାହାଯ୍ୟ କରୁଛି । ହଜାର ହଜାର ଟନ୍‍ ଗହମ ପଠାଇବା ସହ କାବୁଲର ଡାକ୍ତର ଖାନାକୁ ଔଷଧ ପଠାଉଛି ଭାରତ । ୨୦୨୨ ବର୍ଷ ପାଇଁ ବଜେଟରେ ଭାରତ ଆଫଗାନିସ୍ତାନ ପାଇଁ ୨୦୦ କୋଟି ବ୍ୟବସ୍ଥା କରିଛି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories