www.samajalive.in
Sunday, December 14, 2025
16.1 C
Bhubaneswar

ଶ୍ରୀଲଙ୍କାକୁ ଏକ୍ସପାରୀ ରିଲିଫ ସାମଗ୍ରୀ ଦେଇଛି ପାକିସ୍ତାନ

କଲମ୍ବୋ – ପାକିସ୍ତାନ ଶ୍ରୀଲଙ୍କାକୁ ଏକ୍ସପାରୀ ରିଲିଫ୍‌ ସାମଗ୍ରୀ ପଠାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଘୂର୍ଣ୍ଣିଝଡ଼ ଦିଟୱା ମୁକାବିଲା ପାଇଁ ଶ୍ରୀଲଙ୍କାକୁ ସାହାଯ୍ୟ ପଠାଇଥିଲା, କିନ୍ତୁ ସେହି ଖାଦ୍ୟ ପ୍ୟାକେଟଗୁଡ଼ିକର ମିଆଦ ଶେଷ ହୋଇଯାଇଛି । ୨୦୨୪ ମସିହାରୁ ଏହାର ମିଆଦ ଶେଷ ହୋଇଛି ।

ପାକିସ୍ତାନ ପାଣି, କ୍ଷୀର ପାଉଡର ଏବଂ ମଇଦା ସମେତ ଅନେକ ପ୍ୟାକେଟ ପଠାଇଥିଲା। ନଭେମ୍ବର ୩୦ତାରିଖରେ, ଶ୍ରୀଲଙ୍କାରେ ଥିବା ପାକିସ୍ତାନ ହାଇକମିସନ୍ ସୋସିଆଲ ମିଡିଆରେ ଏକ ସମ୍ପର୍କିତ ପୋଷ୍ଟ କରିଥିଲା। ଏହା ରିଲିଫ୍ ସାମଗ୍ରୀର ଫଟୋ ମଧ୍ୟ ସେୟାର କରିଥିଲା, ଯେଉଁଥିରେ ମିଆଦ ଶେଷ ତାରିଖ ଦେଖାଯାଉଥିଲା।

- Advertisement -

ଏହି ପୋଷ୍ଟ ଭାଇରାଲ ହେଉଛି, ଏବଂ ଅନେକ ବ୍ୟବହାରକାରୀ ପାକିସ୍ତାନକୁ ସମାଲୋଚନା କରୁଛନ୍ତି। ତଥାପି, ପାକିସ୍ତାନ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ।

ଘୂର୍ଣ୍ଣିଝଡ଼ ଦିତୱାହ ଯୋଗୁଁ ଶ୍ରୀଲଙ୍କା ଭୟଙ୍କର ବନ୍ୟାର ସମ୍ମୁଖୀନ ହେଉଛି। ୩୯୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୭୦ ଜଣ ନିଖୋଜ ଅଛନ୍ତି । ପ୍ରାୟ ଦୁଇ ଲକ୍ଷ ଲୋକ ଆଶ୍ରୟସ୍ଥଳରେ ରହିଛନ୍ତି । ଶ୍ରୀଲଙ୍କାକୁ ରିଲିଫ୍‌ ସାମଗ୍ରୀ ନେବା ପାଇଁ ଭାରତ ତାହାର ଆକାଶପଥ ପାକିସ୍ତାନ ବିମାନ ପାଇଁ ଖୋଲିଛି । ପାକିସ୍ତାନ ଅନୁମତି ମାଗିବାର ମାତ୍ର ୪ ଘଣ୍ଟା ମଧ୍ୟରେ ଭାରତ ଏହି ଅନୁମତି ପ୍ରଦାନ କରିଥିଲା ।

ଦିତଓ୍ୱାହ ହେଉଛି ୨୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ଘୂର୍ଣ୍ଣୀବାତ୍ୟା । ଦିତଓ୍ୱାହ ହେଉଛି ୨୦୨୫ ଉତ୍ତର ଭାରତ ମହାସାଗର ଘୂର୍ଣ୍ଣିଝଡ଼ ଋତୁର ଚତୁର୍ଥ ଘୂର୍ଣ୍ଣିଝଡ଼, ନଭେମ୍ବର ୨୬ ତାରିଖରେ ଶ୍ରୀଲଙ୍କାର ଦକ୍ଷିଣ-ପୂର୍ବ ଉପକୂଳ ନିକଟରେ ସୃଷ୍ଟି ହୋଇଥିଲା । ଶ୍ରୀଲଙ୍କା ସହ ଭାରତର ତାମିଲ୍‌ନାଡୁରେ ଏହାର ପ୍ରଭାବରେ ଅତିପ୍ରବଳ ବର୍ଷା ହୋଇଥିଲା । ଏଥିଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

 

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories