www.samajalive.in
Sunday, December 7, 2025
26.1 C
Bhubaneswar

ପାକିସ୍ତାନରେ ଭୟଙ୍କର ବିପତ୍ତି; ବନ୍ୟା ଯୋଗୁଁ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରେ ଭୟଙ୍କର ବନ୍ୟା ବିପତ୍ତି । ହଠାତ୍‍ ବନ୍ୟା ଯୋଗୁ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । କୁହାଯାଉଛି ଯେ ଅତି କମରେ ୨୦୦ଜଣଙ୍କର ମୃତ୍ୟୁ ହୋଇଛି । ପାକିସ୍ତାନର ଖୋବର ପଖତୁନଖ୍ୱାର ଅନେକ ଜିଲାରେ ଭୟଙ୍କର ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାସ୍ତା, ପୋଲ, ଘର, ସ୍କୁଲ ସବୁ ଅଞ୍ଚଳ ପାଣିରେ ବୁଡିଯାଇଛି । ଏହାସହିତ ଭିତ୍ତିଭୂମି ମଧ୍ୟ ଅନେକ କ୍ଷତି ହୋଇଛି । ଏକ ରିପୋର୍ଟ ଅନୁସାରେ ଉତ୍ତର ଏବଂ ଉତ୍ତର-ପଶ୍ଚିମ ପାକିସ୍ତାନରେ ହଠାତ୍‍ ବନ୍ୟା ଯୋଗୁଁ ୨୪୩ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ କେବଳ ୧୫୭ଜଣ ହେଉଛନ୍ତି ବୁନେର ଜିଲାର ।
ସ୍ୱାତ, ବୁନେର, ଶାଙ୍ଗଲା, ବଜୌର, ଲୋୟର ଡିର, ବଟ୍ଟାଗ୍ରାମ ଏବଂ ମାନସେହରା ଜିଲାରେ ବନ୍ୟା ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଛି । ଏହି ସବୁ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ୧୧୨୨ଟି ଦଳ ନିୟୋଜିତ କରାଯାଇଛି । ବୁନେର ଜିଲାରେ ୨୦୭୧ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଯେଉଁଥିରେ ୩୦୦ ସ୍କୁଲ ପିଲା ମଧ୍ୟ ରହିଛନ୍ତି । ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ରିଲିଫ୍‍ କାର୍ଯ୍ୟ ଜାରି ରହିଥିବା ବେଳେ ସମଗ୍ର ଜିଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories