www.samajalive.in
Sunday, December 7, 2025
18.1 C
Bhubaneswar

ଉତ୍ତେଜନା ବଢ଼ିଲେ ମଦ୍ରାସା ଛାତ୍ରଙ୍କୁ ବ୍ୟବହାର କରିବ ପାକିସ୍ତାନ

ସମାଜ ଡିଜିଟାଲ ଡେସ୍କ: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିସ୍ଥିତି ଅଧିକ ଜଟିଳ ହେଲେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନା ରହିଛି। ତେବେ ଏଭଳି ହେଲେ ପାକିସ୍ତାନ ଦେଶର ସୁରକ୍ଷା ପାଇଁ ମଦ୍ରାସା ଛାତ୍ରମାନଙ୍କୁ ବ୍ୟବହାର କରିବ ବୋଲି କହିଛି। ଏ ନେଇ ପ୍ରତିରକ୍ଷା ମନ୍ତ୍ରୀ ଖଓ୍ବାଜା ଆସିଫ ସଂସଦରେ ଅବଗତ କରାଇଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ଆସିଫ କହିଛନ୍ତି, ଯେଉଁ ଛାତ୍ରମାନେ ଅଧ୍ୟୟନ କରୁଛନ୍ତି ସେମାନେ ଆମ ଧର୍ମ ସହିତ ଭଲ ଭାବେ ଜଡ଼ିତ ଅଛନ୍ତି। ସମୋନେ ଆମ ସହରର ସୁରକ୍ଷା ପାଇଁ ଶତପ୍ରତିଶତ ବ୍ୟବହାର ହୋଇପାରିବେ। ସେନା ପରେ ସେମାନେ ଆମ ପ୍ରତିରକ୍ଷା ବ୍ୟବସ୍ଥାରେ ୨ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସଂସଦରେ ସାଂସଦମାନେ ପାକ୍‌ ସେନା ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିବା ପରେ ସେ ଏହି ଉତ୍ତର ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ଅତ୍ୟନ୍ତ ସମ୍ବେଦନଶୀଳ। ଯୁଦ୍ଧରେ ଛାତ୍ରଙ୍କୁ ବ୍ୟବହାର କରିବା ଅର୍ଥ ସେମାନଙ୍କୁ ଢାଲ କରିବା। ଏହାକୁ ଅନେକ ସାଂସଦ ସମାଲୋଚନା କରିଛନ୍ତି।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories