www.samajalive.in
Sunday, December 7, 2025
23.1 C
Bhubaneswar

ଆଜି ବିଶ୍ଵ ପଖାଳ ଦିବସ: ଝୁମ୍ପୁଡିଠୁ ତାରକା ହୋଟେଲ ସବୁଠି ପଖାଳର ବାସ୍ନା…

ଭୁବନେଶ୍ଵର : ଆଜି ପଖାଳ ଦିବସ। ଓଡିଆଙ୍କ ହାଣ୍ଡିଶାଳ ହେଉ କିମ୍ବା ହୋଟେଲ ସବୁଠି ଏବେ ପଖାଳ ର ଚାହିଦା ଅଧିକ। ମହକିବ ଭଳିକି ଭଳି ଭଜା , ପୋଡା, ଏବଂ ତିଅଣର ବାସ୍ନା। ପଖାଳ ଦିବସ କୌଣସି ପୁରାଣ ବା ଇତିହାସରେ ନଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ୨୦୧୧ ମସିହାରୁ ଏହାକୁ ଅତି ଆଡମ୍ବର ସହକାରେ ପାଳନ କରାଯାଉଛି। ଓଡିଆ ମାନଙ୍କର ପଖାଳ ପ୍ରତି ରହିଥିବା ଆଗ୍ରହ ଏହି ଦିବସର ମହତ୍ଵକୁ  ସମୟକ୍ରମେ ବଢାଇ ଦେଏଳା। ପଖାଳ ର ଲୋକପ୍ରିୟତାକୁ ଦେଖି ତାରକା ହୋଟେଲ ଗୁଡିକ ମଧ୍ୟ ବ୍ୟବସାୟିକ ଦୃଷ୍ଟି ରଖି ଏହି ଦିବସକୁ ପାଳନ କରୁଛନ୍ତି। ତାରକା ହୋଟେଲରେ କଂସାବେଲାରେ ପଖାଳ ସହିତ ଶୁଖୁଆ ପୋଡା , ବଡିଚୁରା, ଆଳୁ ଭର୍ତ୍ତା, ବାଇଗଡ ପୋଡା ଆଦି ଗ୍ରାହକଙ୍କୁ ପରସାଯାଏ। କେବଳ ଓଡ଼ିଶାରେ ରହୁଥିବା ଓଡ଼ିଆ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇବାକୁ କେବେ ଭୁଲନ୍ତି ନାହିଁ ।  ସୋସିଆଲ ମିଡିଆରେ ବି ଟ୍ରେଣ୍ଡ କରୁଛି ପଖାଳ ଦିବସ । ସେଲିବ୍ରିଟିଙ୍କଠୁ ଆରମ୍ଭ କରି ରାଜନେତା ଆଜି ଖାଉଛନ୍ତି ପଖାଳ  ।  ପରେ ପରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ଫଟୋ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories